www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ‘ମୋ ପରିବାର’ ଆନୁକୂଲ୍ୟରେ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ

ଭୁବନେଶ୍ବର : ଓଡ଼ିଶା ‘ମୋ ପରିବାର’ ଆନୁକୂଲ୍ୟରେ ଓ ଏକାମ୍ର ସାଂସ୍କୃତିକ ପରିଷଦର ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଅଭିଯାନ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଭୁବନେଶ୍ୱର ମାହାନଗର ନିଗମ ହସ୍ପିଟାଲର ରକ୍ତ ଭଣ୍ଡାର କର୍ମକର୍ତ୍ତାଙ୍କ ସହାୟତାରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଏକାମ୍ର ଭୁବନେଶ୍ୱରର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓ ସହଯୋଗୀ ଅନୁଷ୍ଠାନ ଏକାମ୍ର ସାଂସ୍କୃତିକ ପରିଷଦର ସଭ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ମଲିଆ, ପ୍ରଶାନ୍ତ କୁମାର ମହାପାତ୍ର, ଜିତେନ୍ଦ୍ର ମଲିଆ, ରଞ୍ଜନ ମଲିଆ, କାଳିଚରଣ ମଲିଆ, ଅରୁଣ ମହାନ୍ତି, ରଶ୍ମିରଂଜନ ସାହୁ, ଜିତୁ ନନ୍ଦ, ପ୍ରଭାତ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ଶେଷରଞ୍ଜନ ପ୍ରଧାନଙ୍କ ସହିତ ଓଡିଶା ମୋ ପରିବାର ର ଆବାହକ (ଏକାମ୍ର ଭୁବନେଶ୍ୱର) ଅଶ୍ୱିନୀ ସୁନ୍ଦରାୟ ତଥା ସମାଜ ସେବୀ ରାଜେନ୍ଦ୍ର ସମର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories