www.samajalive.in
Monday, December 8, 2025
27.1 C
Bhubaneswar

ସଟ୍‌ଡାଉନ୍‌ରେ ଭୁବନେଶ୍ବର ରେଳ ଷ୍ଟେସନ୍‌ ଓ ବିମାନବନ୍ଦରରୁ ଚାଲିବ ‘ମୋ ବସ୍‌’

ଭୁବନେଶ୍ବର: ସପ୍ତାହନ୍ତ ସଟ୍‌ଡାଉନ୍‌ରେ ନିୟମିତ ବସ ସେବା ବନ୍ଦ ରହିବ। କିନ୍ତୁ ରେଲ୍‌ୱେ ଷ୍ଟେସନ୍‌ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ ‘ମୋ ବସ୍‌’। ସେହିପରି ଭୁବନେଶ୍ବର ବିମାନବନ୍ଦରରୁ ସଟଲ୍‌ ସେବା ମିଳିପାରିବ ବୋଲି କ୍ୟାପିଟାଲ୍‌ ରିଜନ୍ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।


ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରଖିବା ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟମାନଙ୍କ ଯାତାୟତ ଉପରେ ସରକାର କଟକଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ ବନ୍ଦ କରାଯାଇଛି। ମାତ୍ର ‘ମୋ ବସ୍‌’ ସୁବିଧା ଭୁବନେଶ୍ବର ରେଳଷ୍ଟେସନଠାରୁ କଟକ ଓ ଖୋର୍ଦ୍ଧା ପାଇଁ ଜାରି ରହିବ। କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ‘ମୋ ବସ’ ସେବା ଯୋଗାଇ ଦିଆଯିବ। ସେହିପରି ବିମାନବନ୍ଦରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ‘ମୋ ବସ’ ଚଳାଚଳ ସେବା ଜାରି ରହିବ। ମୋ ବସ୍‌ରେ କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେନି। ଠିକ୍‌ ସେହିପରି ବିନା ମାସ୍କରେ ‘ମୋ ବସ୍‌’ରେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories