www.samajalive.in
Saturday, December 6, 2025
19.1 C
Bhubaneswar

ଗୋଚ୍ଛାପଡା ଥାନା ପକ୍ଷରୁ ରକ୍ତଦାନ ଶିବିର, ୧୦୭ ୟୁନିଟ୍‍ ରକ୍ତ ସଂଗ୍ରହ

ଫୁଲବାଣୀ : କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପକ୍ଷରୁ ଆଜି ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଆୟୋଜିତ ଶିବିରରେ ଗୋଚ୍ଛାପଡା ଥାନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ରକ୍ତଦାନ କରିଥିଲେ। ଏହି ଶିବିରରେ ସମୂଦାୟ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଗୋଚ୍ଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି। ପୁଲିସକୁ ଜନସାଧାରଣଙ୍କ ନିକଟତର କରିବାପାଇଁ କରାଯାଉଥିବା ଉଦ୍ୟମ ମଧ୍ୟରେ ଏହି ରକ୍ତଦାନ ଶିବିର ଅନ୍ୟତମ ପଦକ୍ଷେପ ବୋଲି କାର୍ଯ୍ୟକମକୁ ଉଦଘାଟନ କରି ସହକାରୀ କମାଣ୍ଡାଣ୍ଟ ସନ୍ତୋଷ କୁମାର ଦଣ୍ଡସେନା। ଅନ୍ୟମାନଙ୍କ ମଧ୍ୟରେ ଡିଏସପି କୃଷ୍ନ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଅଧିକାରିଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ଲୋକେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡଃ ଜୟଦୀପ ଘୋଷ ଏହି ରକ୍ତଦାନ ଶିବିରକୁ ପରିବଚାଳନା କରିଥିବା ବେଳେ ବ୍ଲଡ ବ୍ୟାଙ୍କର ଲକ୍ଷ୍ମୀଧର ମଣ୍ଡଳ, ସୁଜିତ କୁମାର ସାହୁ ଏବଂ ବରୁଣ ବେହେରା ସମ୍ପାଦନ କରିଥିବା ବେଳେ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories