www.samajalive.in
Monday, December 8, 2025
17.1 C
Bhubaneswar

ପିପିଲିରେ ରକ୍ତଦାନ ଶିବିର

ପିପିଲି : ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ଶିଶୁ ଦିବସ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିପିଲି ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଆଡଭୋକେଟ୍ ସୁରେଶ କୁମାର ରଥ, ଡାକ୍ତର ଉସିମ ଉଦ୍ଦିନ ଅହମ୍ମଦ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ଯନ୍ତ୍ରୀ ନଟବର ବିଶ୍ୱାଳ, ଶିକ୍ଷାବିତ୍‍ ମାଧବଚନ୍ଦ୍ର ବୈଠାରୁ, ସମାଜସେବୀ ଭଗବାନ ସେଠୀ ପ୍ରମୁଖ ଯୋଗଦେଇ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲ ବ୍ଲଡବ୍ୟାଙ୍କର ଡାକ୍ତର ଶ୍ରୀକାନ୍ତ କୁମାର ଦାଶ, କର୍ମଚାରୀ ସାରଦାପ୍ରସାଦ ଚୌଧୁରୀ, ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ୩୧ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ଆଡ୍‍ଭୋକେଟ୍‍ ସୁଶୀଲ କୁମାର ଛୁଆଳସିଂ, ସୁଜିତ କୁମାର ସ୍ୱାଇଁ,  ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories