www.samajalive.in
Tuesday, December 9, 2025
16.1 C
Bhubaneswar

ଗୁରୁବାର ତାମିଲନାଡୁ ଛୁଇଁବ ‘ଗଜ’, ସ୍କୁଲ ଓ କଲେଜ ଛୁଟି ଘୋଷଣା

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଗଜ’ ଗୁରୁବାର ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୂଚନା ଅନୁସାରେ ଗଜ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାମିଲନାଡୁ ଏବଂ ପୁଡୁଚେରୀ ସରକାର ରାଜ୍ୟରେ ସତର୍କ ସୂଚନା ଜାରି କରିବା ସହ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।
ପାଣିପାଗ ବିଭାଗ ଅନୁସାରେ ତାମିଲନାଡୁର ଉତ୍ତର ଏବଂ ଦକ୍ଷିଣ ଉପକୂଳବର୍ତ୍ତି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ତାମିଲନାଡୁର କୁଡ୍ଡାଲୋର, ନାଗାପାଟ୍ଟିନମ, ଥିରୁଭାରୁର, ଥୁଥୁକୁଡ଼ି, ଥାଞ୍ଜାଭୁର, ରାମନାଥାପୁରମ ଜିଲାରେ ମୂଷଳଧାରରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ନଭେମ୍ବର ୧୩ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଆଯାଇଛି। ତାମିଲନାଡୁରେ ଏନ୍‍ଡିଆରଏଫର ୯ଟି ଏବଂ ପୁଡୁଚେରୀରେ ୨ଟି ଦଳ ସଜାଗ (ଆଲର୍ଟ)ରେ ରଖାଯାଇଛି। ତାମିଲନାଡୁ ସରକାର ରାଜ୍ୟ ଉଦ୍ଧାରକାରୀ ଦଳ (ଏସ୍‍ଡିଆରଏଫ)କୁ ସଜାଗ ରହବାକୁ ନିର୍ଦେଶ ଦେଇଛନ୍ତି।
ସେପଟେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନରାୟଣସ୍ୱାମୀ ବୁଧବାର ସାମୁଦ୍ରିକ ଝଡ଼ ନେଇ ଏକ ଜରୁରୀ ବୈଠକ ଡାକିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories