www.samajalive.in
Wednesday, December 10, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: କିପରି ଟ୍ରେନକୁ ଅପହରଣ କରିଥିଲା ବିଏଲଏ

ସମାଜ ଡିଜିଟାଲ ଡେସ୍କ: କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ପାକିସ୍ତାନର ବଲୋଚିସ୍ତାନରେ ଅପହରଣ କରାଯାଇଥିଲା। ମଙ୍ଗଳବାର ବଲୋଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ଏହି କାଣ୍ଡ ଘଟାଇଥିଲା। ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିବାବେଳେ ପାକିସ୍ତାନୀ ସେନା ପ୍ରାୟ ୨୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକମୁକ୍ତ କରିଛି। ଅନ୍ୟପଟେ ଆହୁରି ୧୦୦ରୁ ଅଧିକ ଯାତ୍ରୀ ବିଏଲଏ କବଜାରେ ରହିଛନ୍ତି। ବୁଧବାର ବିଏଲଏ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ସେମାନେ କିପରି ଏହି ଅପହରଣ କରିଥିଲେ ତାହାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାଫର ଏକ୍ସପ୍ରେସ ସାଧାରଣ ଗତିରେ ଯାଉଥିଲା। ଏହି ସମୟରେ ଟ୍ରେନକୁ ଟାର୍ଗେଟ କରି ପ୍ରଥମେ ଟ୍ରାକରେ ବିସ୍ଫୋରଣ କରାଯାଇଥିଲା। ଏହା ପରେ ଟ୍ରେନ ଅଟକି ଯାଇଥିଲା। ବିଏଲଏ ସଦସ୍ୟମାନେ ପାହାଡ ଉପରେ ବସି ଏହି ଆକ୍ରମଣ କରୁଥିବା ଦେଖିବାକୁ ମଳିଛି। ଟ୍ରେନ ଅଟକିବା ପରେ ଯାତ୍ରୀମାନଙ୍କୁ ବନ୍ଧକ ବନାଇ ବାହାରକୁ ଅଣାଯାଉଛି। ସେମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ପାହାଡ଼ ମଧ୍ୟଭାଗରେ ବସାଇ ରଖାଯାଇଛି। ପାକିସ୍ତାନୀ ସେନା ଆକ୍ରମଣ କଲେ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ ବୋଲି ଭିଡିଓରେ ଚେତାବନୀ ଦିଆଯାଇଛି। ୨୦୦ରୁ ଅଧିକ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

- Advertisement -

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories