www.samajalive.in
Saturday, December 13, 2025
26.1 C
Bhubaneswar

ବିଜେପିର ସଂକଳ୍ପ ପତ୍ର ସମିତି ବୈଠକ ; ରାଜ୍ୟର ବିକାଶକୁ ଦିଆଯିବ ପ୍ରାଧାନ୍ୟ : ବିଶ୍ବଭୂଷଣ

ଭୁବନେଶ୍ୱର :ସମାଜର ତୃଣମୂଳସ୍ତରରୁ ସାଧାରଣ ଲୋକଙ୍କ ଦାବି ଏବଂ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ବିଜେପି ପକ୍ଷରୁ ପ୍ରକାଶ କରାଯିବ ବୋଲି ସମିତିର ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ଶନିବାର ବିଜେପି କାର୍ଯ୍ୟାଳୟରେ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଜେପି ସଂକଳ୍ପ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ବିଜେପି ସବୁ ସମୟରେ ବିକାଶକୁ ଗୁରୁତ୍ୱ ଦେଇ ଆସିଛି। ଏଥି ସହ ସାଧାରଣ ଲୋକଙ୍କ ହିତରେ ମୋଦୀ ସରକାରଙ୍କ ଅନେକ ଯୋଜନା ଲୋକାଭିମୁଖୀ ହୋଇଛି। ଆଗାମୀଦିନରେ ଜନ ପରାମର୍ଶରେ ବିଜେପି ସଂକଳ୍ପ ପତ୍ର ବନାଇ ସେହି ଅନୁସାରେ କାର୍ଯ୍ୟ କରିବ। କୃଷି, ସ୍ୱାସ୍ଥ୍ୟ , ଶିକ୍ଷା, ଗମନାଗମନ, ନିଯୁକ୍ତି,ମହିଳା ସୁରକ୍ଷା, ଆଦିବାସୀ କଲ୍ୟାଣ ଆଦି ଅନେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। ରାଜ୍ୟରେ ଥିବା ବିଭିନ୍ନ ଗଣସଙ୍ଗଠନର ମତାମତକୁ ଏହି ସଂକଳ୍ପ ପତ୍ରରେ ସାମିଲ କରାଯିବ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ଦକ୍ଷ ବ୍ୟକ୍ତିତ୍ୱଙ୍କ ବିଚାରଧାରା ଏବଂ ମତାମତ ନେଇ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯିବ। ୩୦ଟି ଜିଲାର କମିଟି ମେମ୍ବର ଗସ୍ତ କରି ବିକାଶ ଦିଗରେ ସଂପୃକ୍ତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଲୋକଙ୍କ ସହ ଆଲୋଚନା କରିବେ। ବିଜେପି ସରକାରକୁ ଆସିଲେ ସମାଜର ଶେଷ ସୋପାନରେ ଛିଡା ହୋଇଥିବା ଲୋକର ସ୍ୱପ୍ନକୁ ପୂରଣ କରିବ ବୋଲି ଶ୍ରୀହରିଚନ୍ଦନ କହିଛନ୍ତି। ଏହି ସଂକଳ୍ପ ପତ୍ର ପାଇଁ ଆସନ୍ତା ଜାନୁଆରୀ ୨୭ ତାରିଖରେ ଏକ ୱେବସାଇଟ କାର୍ଯ୍ୟକାରୀ କରାଯାଇ ମତାମତ ଲୋଡାଯିବ। ଜବାବ ମାଗୁଛି ଓଡିଶାରେ ଏବେ ସାଢେ ୪ କୋଟି ଓଡିଆ ଜବାବ ମାଗୁଛନ୍ତି। ଏଥିକୁ ମଧ୍ୟ କିଛି ଦାବି, ଅଭିଯୋଗକୁ ନେଇ ସଂକଳ୍ପ ପତ୍ରରେ ରଖାଯିବ। ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାକ୍ସ ରଖାଯିବ, ଯେଉଁଥିରେ ସାଧାରଣ ଲୋକ ସେମାନଙ୍କ ମତାମତ ଦେଇପାରିବେ। ବୈଠକରେ ପୂବର୍ତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ,ମନମୋହନ ସାମଲ, ସୁରମା ପାଢୀ, ପ୍ରଦୀପ ନାୟକ, ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ,ଅବସର ପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ସୁକେଶୀ ଓରାମ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ,ସ୍ତମ୍ଭକାର ଦିଲୀପ ରାଜ ବେହେରା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories