www.samajalive.in
Saturday, December 13, 2025
14.1 C
Bhubaneswar

ବିଷମ ଅବସ୍ଥାରେ ପଡିଲେ ବିଜେପି ମୋ ନା’ ନେଉଛି: ରବର୍ଟ ଭଦ୍ରା

ନୂଆଦିଲ୍ଲୀ : ବିଜେପି କିମ୍ବା ଏହାର ସରକାର କେବେ କୌଣସି ବିଷମ ପରିସ୍ଥିତିରେ ପଡିଲେ ତାଙ୍କ ନାମରେ ଅଭିଯୋଗ ଆଣୁଛି ବୋଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ତଥା ରାହୁଲଙ୍କ ଭିଣୋଇ ରବର୍ଟ ଭଦ୍ରା କହିଛନ୍ତି। ରାଫେଲ ଯୁଦ୍ଧବିମାନ କିଣା ରାଜିନାମାକୁ ନେଇ ବିଜେପି ତାଙ୍କ ନାମରେ ଅଭିଯୋଗ ଆଣିଥିବାବେଳେ ସେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାର ରବର୍ଟ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ବିଜେପି ପ୍ରଥମରୁ ତାଙ୍କୁ ବିଚଳିତ କରିଆସୁଥିଲା; ମାତ୍ର ଏବେ ଏହା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି। ଟଙ୍କାର ମୂଲ୍ୟ ହ୍ରାସ, ତୈଳ ଦର ବୃଦ୍ଧି ଓ ରାଫେଲ ଯୁଦ୍ଧବିମାନ ରାଜିନାମା ଭଳି ପ୍ରତି ବିଫଳତା ପାଇଁ ସରକାର ତାଙ୍କୁ ଦାୟୀ କରୁଛନ୍ତି। ରବର୍ଟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣୁଛି ତାହା ଅମୁଳକ। ସରକାରଙ୍କ ଅଧୀନରେ ଥିବା ସମସ୍ତ ତଦନ୍ତକାରୀ ଏଜେନ୍ସି ତାଙ୍କ ପଛରେ ପଡିଛନ୍ତି। ସରକାର ତାଙ୍କୁ ରାଜନୀତିର ଶିକାର ଭାବିଛନ୍ତି। ରାଫେଲ ବୁଝାମଣାକୁ ନେଇ ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ କରାଯାଉଛି ତା’ ଉପରେ ଜବାବ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ୫୬ଇଞ୍ଚର ଛାତି ଧାରଣ କରିଥିବା ପ୍ରଧାନମନ୍ତ୍ରୀ ମିଛ ଅଭିଯୋଗକୁ ବାରମ୍ବାର ଦୋହରାଇବା ପରିବର୍ତ୍ତେ ଦେଶବାସୀଙ୍କୁ ସତ କୁହନ୍ତୁ।
ରାଫେଲ ଯୁଦ୍ଧବିମାନ କିଣା ରାଜିନାମାକୁ ନେଇ ସରକାର ଓ ବିରୋଧୀ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଜେପି ଏଥିରେ ରବର୍ଟ ଭଦ୍ରାଙ୍କୁ ଯୋଡିଛି। ବିଜେପି ଅଭିଯୋଗ କରିଛି ଯେ ରବର୍ଟଙ୍କ ସାଥୀ ତଥା ପଳାତକ ଘୋଷିତ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କୁ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଅଂଶୀଦାର ରାଫେଲ ବୁଝାମଣାରେ ଅଂଶୀଦାର ରଖିବାକୁ ମନା କରିବାରୁ ୟୁପିଏ ସରକାର ଏହାକୁ ବାତିଲ କରିଥିଲେ। ରବର୍ଟ ତାଙ୍କ ବନ୍ଧୁ ସଞ୍ଜୟଙ୍କ ମାଲିକାନାଧୀନ କମ୍ପାନୀ ‘ଅପ୍‍ସେଟ ଇଣ୍ଡିଆ ସଲ୍ୟୁସନ’କୁ ଡାସଲ୍ଟ ଆଭିଏସନର ଅଂଶୀଦାର ରଖିବାକୁ ଚେଷ୍ଟା କରିଥିଲେ। ଅପସେଟ ଇଣ୍ଡିଆ ସଲ୍ୟୁସନକୁ ଡାସଲ୍ଟର ଅଂଶୀଦାର ରଖିବା ପ୍ରତିଶ୍ରୁତି ବଦଳରେ ରବର୍ଟ ବ୍ୟାପକ ଫାଇଦା ହାସଲ କରିଥିଲେ। ମାତ୍ର ଡାସଲ୍ଟ ଆଭିଏସନ ଭାରତରେ ଯୁଦ୍ଧବିମାନ ନିର୍ମାଣ ଲାଗି ଅପସେଟ ଇଣ୍ଡିଆ ସଲ୍ୟୁସନକୁ ଅଂଶୀଦାର ରଖିବାକୁ ମନା କରିଥିଲା ଫଳରେ ସରକାର ଏହି ବୁଝାମଣାକୁ ବାତିଲ କରିଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories