ଭୁବନେଶ୍ବର : ବିଶ୍ବକୁ ଗ୍ରାସ କରିଥିବା କରୋନା ଭୂତାଣୁ କୋଭିଡ-୧୯ ବର୍ତ୍ତମାନ ସବୁ ରାଷ୍ଟ୍ରର ଚିନ୍ତା ବଢାଇଛି। ଭାରତରେ କରୋନା ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦେଶରେ ଦେଶ ବ୍ୟାପି ଲକଡାଉନ ପାଳନ କରାଯାଉଛି। ଦେଶର ଜନତା ମଧ୍ୟ ଘରେ ରହି କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସହାୟତା କରୁଥିବା ବେଳେ ଜନତାଙ୍କ ସୁରକ୍ଷା ପାଇଁ ପ୍ରତିଜ୍ଞା ବଦ୍ଧ ଥିବା ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ ମାନଙ୍କ ସହ ସଫେଇ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ନିଜ ନିଜର କର୍ତ୍ତବ୍ୟରେ ହେଳା କରିନାହାନ୍ତି। ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି ଏଭଳି ଘଡିସନ୍ଧି ମୁହୂର୍ତ୍ବରେ ନିଷ୍ଠାର ସହ ନିଜର ଦାୟତ୍ବ ତୁଲାଉ ଥିବାରୁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ଚିଠି ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଯାଇ ପଦ୍ମପୁର ଉପ-ଜିଲ୍ଲାପାଳ ତନ୍ମୟ କୁମାର ଦରବାନ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପଖଣ୍ଡ ଚିକିତ୍ସାଳୟ ର ଅଧିକାରୀ ଏସ. କେ. ପରିଡାଙ୍କ ସହ ସମସ୍ତ କର୍ମଚାରୀ, ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ ସାହୁ , ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ସହ ସମସ୍ତ ପୁଲିସ କର୍ମୀ, ପଦ୍ମପୁର ତହସିଲଦାର ତାପଶ୍ବିନୀ ପ୍ରଶନ୍ନ କୁଲୁ ଓ ସମସ୍ତ କର୍ମଚାରୀ, ରାଜବୋଡାସମ୍ବର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରା ଏବଂ ସମସ୍ତ କର୍ମଚାରୀଙ୍କ ସହ ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ଵହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ସହ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ପତ୍ର ଦେଇ ଅଭିନନ୍ଦନ ଜଣାଇଥିଲେ।



