www.samajalive.in
Monday, December 8, 2025
24.1 C
Bhubaneswar

ବିଜେପିର ନୂଆ ପ୍ରାର୍ଥୀ ତାଲିକା : କଟକରୁ ପ୍ରକାଶ ମିଶ୍ର, କନ୍ଧମାଳରୁ ଖାରବେଳ

ଭୁବନେଶ୍ବର : ବିଜେପି ପକ୍ଷରୁ ସୋମବାର ନୂଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଟକ ଲୋକସଭା ଆସନରୁ ପ୍ରକାଶ ମିଶ୍ର ଓ କନ୍ଧମାଳ ଲୋକସଭା ଆସନରୁ ଖାରବେଳ ସ୍ବାଇଁଙ୍କୁ ପ୍ରାର୍ଥୀ କରାଯାଇଛି।

- Advertisement -

ସେହିପରି ଦଳ ପକ୍ଷରୁ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଜୟଦେବ ବିଧାନସଭା ଆସନ ପାଇଁ ନରେନ୍ଦ୍ର ନାୟକ, ଜଟଣୀରୁ  ବିଶ୍ବରଞ୍ଜନ ବଡ଼ଜେନା, ପାରାଦ୍ବୀପ ପାଇଁ ସମ୍ପଦ ସ୍ବାଇଁ,  ଫୁଲବାଣୀ ପାଇଁ ଦେବ ନରାୟଣ ପ୍ରଧାନ, ବେଗୁନିଆ ପାଇଁ ରିଷଭ ନନ୍ଦ, ଝାରସୁଗୁଡା ପାଇଁ ଦୀନେଶ ଜୈନ, ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକରୁ ପ୍ରଦୀପ ନାୟକ  ଏବଂ  ଭଣ୍ଡାରୀପୋଖରୀ ବିଧାନସଭା ଆସନ ପାଇଁ  ବଦ୍ରି ନାରାୟଣ ଧଳଙ୍କ ନାମ ଘୋଷଣା କରାଯାଇଛି।

ସୂଚନା ଯୋଗ୍ୟ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ରବିବାର ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ସୋମବାର ପିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories