ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧିବେଶନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ (ଶନିବାର) ନୂଆଦିଲ୍ଲୀଠାରେ ଆରମ୍ଭ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧିବେଶନକୁ ଉଦଘାଟନ କରିବେ। ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହେବ । ଗୋଟିଏ ବୈଠକ ନ୍ୟାସନାଲ କନଭେନସନ୍ ନାମରେ ହେଉଥିବାବେଳେ ଅନ୍ୟଟି ନ୍ୟାସନାଲ କାଉନସିଲ୍ ନାମରେ ହେବ । ଶନିବାର ସକାଳ ୯ଟାରେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ । ଏଥିରେ ଓଡିଶାର ୪ ଜଣ ଭାଗନେବେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମତେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ମୁଖ୍ୟପାତ୍ର ସମ୍ବିତ୍ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେବେ । ଦିନ ୩ଟା ପରେ ନ୍ୟାସନାଲ କାଉନସିଲ୍ ଏବଂ କନଭେନସନ୍ ଚାଲିବ । ଏହି ବୈଠକରେ ଓଡିଶାର ୨୮୮ ଜଣ ଯୋଗଦେବେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ନିର୍ବାଚନର କର୍ଣ୍ଣମନ୍ତ୍ର ଦେବେ।
Comments are closed.