www.samajalive.in
Monday, December 8, 2025
24.1 C
Bhubaneswar

ନଡ୍ଡାଙ୍କ ନୂତନ ଟିମ୍: ୪ ଓଡିଆଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥର ନଡ୍ଡାଙ୍କ ଟିମରେ ୪ ଓଡିଆଙ୍କୁ ସ୍ଥାନ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ସଂପାଦକ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ

- Advertisement -

ଡକ୍ଟର ରମଣ ସିଂହ(ବିଧାୟକ- ଛତିଶଗଡ), ବସୁନ୍ଧରା ରାଜେ ସିନ୍ଧିଆ(ବିଧାୟକ- ରାଜସ୍ଥାନ), ରାଧାମୋହନ ସିଂହ(ସାଂସଦ- ବିହାର), ବୈଜୟନ୍ତ ପଣ୍ଡା(ଓଡିଶା), ରଘୁବର ଦାସ(ଝାଡଖଣ୍ଡ), ମୁକୁଲ ରୟ(ପଶ୍ଚିମବଙ୍ଗ), ରେଖା ବର୍ମା(ସାଂସଦ- ଉତ୍ତର ପ୍ରଦେଶ), ଅନ୍ନପୂର୍ଣ୍ଣା ଦେବୀ(ସାଂସଦ- ଝାଡଖଣ୍ଡ), ଡ. ଭାରତୀୟ ବେନ ଶିୟାଲ(ସାଂସଦ- ଗୁଜରାଟ), ଡିକେ ଅରୂପା(ତେଲେଙ୍ଗାନା), ଏମ ଚୌବା ଏଓ(ନାଗାଲାଣ୍ଡ), ଅବଦୁଲ୍ଲା କୁଟ୍ଟି(କେରଳ)।

ସାଧାରଣ ସଂପାଦକ

ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି. ପୁରନ୍ଦେଶ୍ଵରୀ, ସିଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇଛି। ବିଏଲ ସନ୍ତୋଷଙ୍କୁ ଗୁରୁତ୍ଵପୂର୍ଣ୍ନ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

ସହ ସଂଗଠନ ମହାମନ୍ତ୍ରୀ

ବି ସତିଶ, ସୌଦାନ ସିଂହ, ଶିବ ପ୍ରକାଶଙ୍କୁ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories