www.samajalive.in
Monday, December 8, 2025
24.1 C
Bhubaneswar

କନିକାଙ୍କ ସହ ପାର୍ଟି ପରେ ସଂସଦ ଯାଇଥିଲେ ବିଜେପି ଏମପି ଦୁଷ୍ୟନ୍ତ, ନିଜକୁ ଆଇସୋଲେଶନରେ ରଖିଲେ

ନୂଆଦିଲ୍ଲୀ: ଲୋକଙ୍କ ଅବହେଳାରୁ କରୋନା ଭୂତାଣୁ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ବଲିଉଡ୍‌ ଗାୟିକା କନିକା କପୁର। ସେ ବିଦେଶରୁ ଫେରିବା ପରେ ଗୋଟିଏ ପଟେ ସରକାରଙ୍କ ଗାଇଡ୍‌ଲାଇନ ପାଳନ କରି ନ ଥିବାବେଳେ ଅନ୍ୟପଟେ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଯୋଗଦେଇଥିଲେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ। ପାର୍ଟିରେ ପ୍ରାୟ ୪ଶହ ଲୋକ ସାମିଲ ହୋଇଥିଲେ। ଏଥିରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ନେତା ଓ ମନ୍ତ୍ରୀ ରହିଥିଲେ। ପାର୍ଟି ପରେ ଦୁଷ୍ୟନ୍ତ ଗତ ଗୁରୁବାର ସଂସଦ ଯାଇଥିଲେ। ସେଠାରେ ବି ସେ ଅନେକ ନେତାଙ୍କୁ ଭେଟିଥିଲେ। ଏବେ କନିକା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପ​‌ରେ ଦୁଷ୍ୟନ୍ତ ନିଜକୁ ଆଇସୋଲେଟ୍‌ କରିଛନ୍ତି। ଦୁଷ୍ୟନ୍ତଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବି ଏହି ପାର୍ଟିରେ ଯୋଗଦେଇଥିଲେ। ସେ ବି ଦୁଷ୍ୟନ୍ତଙ୍କ ପରି ନିଜକୁ ଆଇସୋଲେଟ୍‌ କରିଛନ୍ତି। ଅନ୍ୟପଟେ ପାର୍ଟିରେ ଯୋଗଦେଇଥିବା ଲୋକମାନେ ବି ଏବେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।

ଅନ୍ୟପଟେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ୪ଟି ସହରକୁ ଲକ୍‌ଡାଉନ କରାଯାଇଛି। ଦିଲ୍ଲୀରେ  ସମସ୍ତ ମଲ୍‌ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକ ଚାଲୁ ରହିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories