www.samajalive.in
Tuesday, December 9, 2025
23.1 C
Bhubaneswar

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିପୁଳ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା ରହିବ। ଏନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ।
ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ମହାପ୍ରଭୁଙ୍କ ଟଙ୍କା ଜମା ପାଇଁ ବିଭିନ୍ନ ବ୍ୟାଙ୍କ ଟେଣ୍ଡର ପକାଇଥିଲେ । ଯେଉଁଥିରେ ଅଧିକ ସୁଧ ଦେବାରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଆଗରେ ରହିଥିଲା। ୟୁନିୟନ ବ୍ୟାଙ୍କ ୫.୭୫ ପ୍ରତିଶତ ସୁଧ ଦେବା ପାଇଁ ରାଜି ହୋଇଥିଲା। ସେହିପରି ଟେଣ୍ଡରରେ ଇଣ୍ଡିଆନ ବ୍ୟାଙ୍କ ୨ୟ ଓ କାନାରା ବ୍ୟାଙ୍କ ୩ୟରେ ରହିଛି । ଇଣ୍ଡିଆନ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ୫.୭୫ ପ୍ରତିଶତ ସୁଧ ଦେବାକୁ ଅରାଜି ହୋଇଛନ୍ତି । ତେଣୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବ ବୋଲି ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ଟଙ୍କା ୩ବର୍ଷ ପାଇଁ ଦୀର୍ଘମିଆଦି ସ୍ଥାୟୀ ଜମା ଭାବେ ରହିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories