www.samajalive.in
Wednesday, December 10, 2025
14.1 C
Bhubaneswar

ଆଇନ ଓ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରି ଭୋଟରମାନଙ୍କୁ ପ୍ରବଞ୍ଚନା କରିବା ଶାସକ ବିଜେଡିର ପୁରୁଣା ଅଭ୍ୟାସ: ବିଜେପି

ଭୂବନେଶ୍ୱର:ଏନଜିଓ (ବେସରକାରୀ ସଂସ୍ଥା)ମାନେ ପକ୍ଷଭୁକ୍ତ ହୋଇ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ଶାସନ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ନିୟୋଜିତ କରୁଥିବା ଶାସକ ବିଜୁ ଜନତା ଦଳ ବର୍ତ୍ତମାନ ବିଭିନ୍ନ ଏଜିଓ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରୁଛି। ସେହିପରି ନିର୍ବାଚନ ସମୟରେ କୈାଣସି ପ୍ରକାରର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବା ଉପରେ ରୋକ ଥିବା ସତ୍ତ୍ବେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ସଂପୂର୍ଣ୍ଣ ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଏହା ପରେ ମଧ୍ୟ ଶାସକ ବିଜେଡିର ବିଧାୟକ ଏବଂ ତାଙ୍କ ସଂପର୍କୀୟମାନେ ଭୋଟରମାନଙ୍କୁ ଅର୍ଥଲୋଭଦେଇ ପ୍ରଭାବିତ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି କୁଠାରଘାତ। କ୍ଷମତାକୁ ଜାବୁଡି ଧରିବା ପାଇଁ ଏଭଳି ଆଇନବିରୋଧୀ ଓ ଗଣତନ୍ତ୍ରବିରୋଧୀ କାର୍ଯ୍ୟ କରି ଭୋଟରମାନଙ୍କୁ ପ୍ରବଞ୍ଚନା କରିବା ଶାସକ ବିଜେଡିର ଅଭ୍ୟାସ। ରାଜ୍ୟ ନିର୍ବାଚନ କମିଶନ ଶାସକ ବିଜେଡିର ଏଭଳି ଆଇନବିରୋଧୀ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ ଉପରେ ରୋକ ଲଗାଇବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ତରଫରୁ ଦାବୀ କରାଯାଇଛି।
ଡି.ଜଗନ୍ନାଥ ରାଜୁଙ୍କ ଦ୍ୱାରା ପରିଚାଳି ଏସଡବ୍ଲ୍ୟୁଡବ୍ଲ୍ୟୁଏସ ନାମକ ବେସରକାରୀ ସଂସ୍ଥା ଏବଂ ପୃଥ୍ୱିରାଜ ଖିଲାରଙ୍କ ଦ୍ୱାରା ପରିଚାଳିତ ଷ୍ଟେପ୍ ନାମକ ବେସରକାରୀ ସଂସ୍ଥା ଗଜପତି ଜିଲା ବ୍ୟାପୀ ଶାସକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛି। ଜିଲ୍ଲାର ଗ୍ରାମାଂଚଳରେ ଏସଏଚଜି ଜରିଆରେ ୨୦ରୁ ୫୦ ହଜାର ଟଙ୍କା ବଂଟନ କରି ଭୋଟରମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରଭାବିତ କରୁଛନ୍ତି।

ନିର୍ବାଚନ ସମୟରେ କୈାଣସି ପ୍ରକାରର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବା ଉପରେ ରୋକ ଥିବା ସତ୍ତ୍ବେ ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟର କୁଳସଚିବ ଗତ ୧ ତାରିଖ ଦିନ ଅତିଥି ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛନ୍ତି। ଏହା ମଧ୍ୟ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ ଏବଂ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ ପାଇଁ ବିଜେପି ତରଫରୁ ଦାବୀ କରାଯାଇଛି।
ସେହିପରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ଖଲିକୋଟ ବିଧାୟିକାଙ୍କ ସ୍ୱାମୀ ଝାଡବନ୍ଦ ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଗ୍ରାମ ମଣ୍ଡପ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଦେବେ ବୋଲି କହି ସ୍ଥାନୀୟବାସିନ୍ଦାଙ୍କୁ ପ୍ରଭାବିତ କରୁଛନ୍ତି।
ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ଭୟମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଆଇନ ଖିଲାପକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବୀ କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଓ ମହେନ୍ଦ୍ର ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ରାଜ୍ୟ ସାମାଜିକ ସଂଗଠନ ପ୍ରକୋଷ୍ଟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories