www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲଙ୍କ ମନ୍ତବ୍ୟ ପରେ ଚଣ୍ଡୀଗଡ଼ରେ ବିସ୍ଫୋରଣ, ପ୍ରଶ୍ନ ଉଠାଇଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ରାହୁଲଙ୍କ ମନ୍ତବ୍ୟ ଦେଶରେ ସାମ୍ପ୍ରଦାୟିକ ହିଂସା ଏବଂ ଅଶାନ୍ତି ସୃଷ୍ଟି କରିବ ବୋଲି ବିଜେପି ଅଭିଯୋଗ କରିଛି। ଏପରି କି ରାହୁଲଙ୍କ ମନ୍ତବ୍ୟ ପରେ ଚଣ୍ଡୀଗଡ଼ରେ ବୋମା ବିସ୍ଫୋରଣ ଘଟିବାରୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଦୁଇଟି ଯାକ ଘଟଣା ମଧ୍ୟରେ ସଂଯୋଗ ରହିଛି ବୋଲି କହିଛନ୍ତି।

ମାଲଭିୟ ଅଭିଯୋଗ କରି କହିଛନ୍ତି, ଭାରତରେ ଶିଖ୍‌ମାନଙ୍କ ସ୍ଥିତି ସମ୍ପର୍କରେ ରାହୁଲ ମିଥ୍ୟା ଏବଂ ଭ୍ରମାତ୍ମକ ମନ୍ତବ୍ୟ ଦେଉଛନ୍ତି। ତାଙ୍କର ଏହି ମନ୍ତବ୍ୟ ଦେଶରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି। ତାଙ୍କର ଏହି ହିଂସା ଉଦ୍ରେକକାରୀ ମନ୍ତବ୍ୟ ସହିତ ଚଣ୍ଡୀଗଡ଼ ବିସ୍ଫୋରଣର ସମ୍ପର୍କ ରହିଥିବା ସନ୍ଦେହଘେରକୁ ଆସୁଛି। ଲୋକମାନେ ଏହା ବୁଝିବା ଦରକାର।

- Advertisement -

ମାଲଭିୟ କହିଛନ୍ତି ଯେ, ରାହୁଲ ଆମେରିକା ଗସ୍ତ ଅବସରରେ ଭାରତରେ ଶିଖମାନଙ୍କର ସମାନ ସ୍ଵାଧୀନତା ଏବଂ ଅଧିକାର ନାହିଁ ବୋଲି କହିଥିଲେ, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କର ଏହି ମନ୍ତବ୍ୟ ପରେ ପରେ ଚଣ୍ଡୀଗଡ଼ରେ ଏକ ବିସ୍ଫୋରଣ ଘଟିଥିଲା। ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଜଣେ ଲୋକର ଘର ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। ଏହି ଘଟଣା ପଛରେ ଖଲିସ୍ତାନ ଆତଙ୍କବାଦୀ ରିଣ୍ଡା ଓରଫ ହରବିନ୍ଦର ସିଂହ ସାନ୍ଧୁର ହାତ ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବି ଘଟଣାର ସମାନ୍ତରାଳ ତଦନ୍ତ ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories