www.samajalive.in
Sunday, December 7, 2025
13.1 C
Bhubaneswar

ରାସ୍ତାକଡ଼ରେ ବସିଥିଲେ ବିଜେପି ନେତା, ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ଗାଡ଼ିକୁ ଅପେକ୍ଷା କରି ରାସ୍ତାକଡ଼ରେ ବସିଥିବା ଜଣେ ବିଜେପି ନେତା ଶ୍ୟାମ ସୁନ୍ଦର ଶର୍ମାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ବିହାରର ରାଜଧାନୀ ପାଟନାରେ ସୋମବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଆସି ନ ଥିବା ସ୍ପଷ୍ଟ ହୋଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ଚେନ ଏବଂ ଟଙ୍କାକୁ ଛାଡ଼ି ଶ୍ୟାମସୁନ୍ଦରଙ୍କ ମୋବାଇଲ ଫୋନ ନେଇଯାଇଥିବାରୁ ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଥିବା ଜଣାପଡ଼ିଛି।

ହତ୍ୟାର ଶିକାର ହୋଇଥିବା ବିଜେପି ନେତା ଶ୍ୟାମସୁନ୍ଦର ଶର୍ମା ପାଟନା ନଗର ମଣ୍ଡଳ ଅଧ୍ୟକ୍ଷ ଥିଲେ। ସିଟି ଛକ ଥାନା ଅଞ୍ଚଳରେ ତାଙ୍କ ଘର। ସେ କୌଣସି କାମରେ ବାହାରକୁ ଯିବା ଲାଗି ଅଟୋକୁ ଅପେକ୍ଷା କରି ରାସ୍ତାକଡ଼ରେ ବସିଥିଲେ। ଏହି ସମୟରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଯିବା ପୂର୍ବରୁ ସେ ଶ୍ୟାମସୁନ୍ଦରଙ୍କ ମୋବାଇଲ ଫୋନ ନେଇଯାଇଥିଲେ। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ ନାଳନ୍ଦା ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିକଟରେ ବିହାରରେ ଜଣେ ସାମ୍ବାଦିକଙ୍କୁ ଅପରାଧୀମାନେ ଗୁଳିକରି ହତ୍ୟା କରିଥିଲେ। ରାଜ୍ୟରେ ଅପରାଧ ଦିନକୁ ଦିନ ବଢ଼ୁଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories