ରେଙ୍ଗାଲି : ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଥିବା ଅଭିଯୋଗ କରି ଏହାର ପ୍ରତିବାଦ ପାଇଁ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପି ଜନ ଆକ୍ରୋଶ ଅଭିଯାନ ଚଲାଇ ବ୍ଳକ୍ ଅଫିସ ଘେରାଉ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ବିଜେପି ପକ୍ଷରୁ ଏହି ଅବସରରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅଫିସ ଘେରାଉ କରାଯାଇଥିଲା।
ବିଧାୟକ ନାଉରି ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି ନେତା, କର୍ମୀ ଓ ସମର୍ଥକ ରେଙ୍ଗାଲି ମହାବୀର ଛକରୁ ଏକ ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଯୁବନେତା ଉତ୍ତମ ବିଶ୍ବାଳଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ହୋଇଥିଲା । ସଭାରେ ବିଧାୟକ ଶ୍ରୀ ନାଏକ ଅଭିଭାଷଣ ଦେଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଛି ବୋଲି ବକ୍ତବ୍ଯ ରଖି ସରକାର ଙ୍କ କାର୍ଯ୍ୟକଳାପ ର,ତୀୀବ୍ର ସମାଲୋଚନା କରିିଥିଲେ। ରାଜ୍ଯ ଉପ-ସଭାପତି ପୂର୍ବତନ ବିଧାୟକ ରବି ନାୟକ ଶାସନ ମଣ୍ଡଳ ସଭାପତି ପ୍ରଶାନ୍ତ ବାରିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପ-ସଭାପତି ଚନ୍ଦ୍ର ଶେଖର ପଣ୍ଡା, ଜିଲ୍ଲା ଉପସଭାପତି ବେଣୁଧର ପ୍ରଧାନ , ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ପାଣି, ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୁଷ୍ଟି , ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର ପ୍ରମୁଖ ସଭାରେ ଉଦବୋଧନ ଦେଇ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଆଦି ଜନବିରୋଧି କାର୍ଯ୍ୟକଳାପର ତୀବ୍ର ସମାଲୋଚନା କରିଥିଲେ।
ଆଶିଷ ହୋତା, ସୁଧିର ଗୁପ୍ତା ,ଅଶ୍ଵିନୀ ମାଝୀ, ସଜ୍ଜନ ପୋଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
Comments are closed.