www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ତଫା ଦେଇ ସିଏଏର ପ୍ରତିବାଦ ଜଣାଇଲେ ବିଜେପି କାଉନସିଲର

ଇନ୍ଦୋର: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ଶାସକ ବିଜେପିର କିଛି ନେତା ବିରୋଧ କରୁଥିବା ଦେଖାଯାଇଛି। ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ଉପସଭାପତି ଚନ୍ଦ୍ର କୁମାର ବୋଷ ଏହି ଆଇନକୁ ବିରୋଧ କରିଥିବାବେଳେ ଏବେ ମଧ୍ୟପ୍ରଦେଶର ଜଣେ ବିଜେପି କାଉନସିଲର ସିଏଏ ପ୍ରତିବାଦରେ ଇସ୍ତଫା ଦେଇଛନ୍ତି। ଇନ୍ଦୋରର ବିଜେପି କାଉନସିଲର ଉସମାନ ପଟେଲ ସିଏଏକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଆଇନ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ବିଜେପି ଘୃଣ୍ୟ ରାଜନୀତି କରୁଥିବା ସେ କହିଛନ୍ତି।

ପଟେଲ କହିଛନ୍ତି, ଆଇନକୁ ବିସ୍ତୃତ ଭାବେ ବୁଝିବାକୁ ସେ କିଛି ସମୟ ନେଇଥିଲେ। ଓକିଲଙ୍କ ପରାମର୍ଶ ନେବା ପରେ ଏହି ଆଇନ ମୁସଲମାନଙ୍କ ବିରୋଧୀ ବୋଲି ସେ ବୁଝିଥିଲେ। ତେଣୁ ଦଳ ଛାଡ଼ିବାକୁ ତାଙ୍କୁ ସମୟ ଲାଗିଲା। ତାଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ଦଳ ତ୍ୟାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଅନୁପ୍ରେରିତ ହୋଇ ସେ ବିଜେପିରେ ଯୋଗଦେଇଥିଲେ ବୋଲି କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories