www.samajalive.in
Monday, December 8, 2025
13.1 C
Bhubaneswar

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ଶିବସେନା

ମୁମ୍ବଇ: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖାଦେଇଥିବାବେଳେ ବୁଧବାର ଶିବସେନା ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛି। ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଶିବସେନା ଅଭିଯୋଗ କରିଛି। ମହାବିକାଶ ଅଘାଡ଼ି ସରକାରକୁ ଦୁର୍ବଳ କରିବାକୁ ବିଜେପି ଏବଂ କିଛି ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇ ଶିବସେନା କହିଛି।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଙ୍ଗଳବାର କହିଥିଲେ ଯେ, ତତ୍କାଳୀନ ଗୁଇନ୍ଦା କମିଶନର ରଶ୍ମି ଶୁକ୍ଳାଙ୍କ ଅନୁମତି ନିଆଯାଇ ଫୋନ୍‌ ଟ୍ୟାପିଂ କରାଯାଇଥିଲା ଏବଂ କଲ୍‌ରେ ହୋଇଥିବା ବାର୍ତ୍ତାଳାପର ୬.୩ ଜିବି ଡାଟା ତାଙ୍କ ପାଖରେ ରହିଛି, ଯେଉଁଥିରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପୁଲିସ ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ମହାରାଷ୍ଟ୍ରରେ ପୁଲିସ କର୍ମଚାରୀଙ୍କ ବଦଳିରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ଦାବି କରିଥିଲେ ବୋଲି ଫଡନଭୀସ କହିଛନ୍ତି।

- Advertisement -

ଶିବସେନା କହିଛି, ଯାହାଙ୍କୁ ପରମବୀର ସିଂହଙ୍କ ଚିଠି ଏତେ ଗୁରୁତ୍ଵପୂର୍ଣ୍ଣ ଲାଗୁଛି, ତାଙ୍କୁ ପୁଲିସ ଅଧିକାରୀ ଅନୁପ ଦାଙ୍ଗେଙ୍କ ସହିତ ବି ନ୍ୟାୟ କରିବା ଉଚିତ, ଯିଏ ସିଂହଙ୍କ ବିଷୟରେ ଲେଖିଥିଲେ। ରାଜ୍ୟବାସୀ ଜାଣିଛନ୍ତି ଯେ, ବିଜେପି କାହିଁକି ଏବଂ କେଉଁଥିପାଇଁ ଏସବୁ କରୁଛି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରି ଅସ୍ଥିରତା ସୃଷ୍ଟି କରିବା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିବସେନା ଏହାର ପତ୍ରିକା ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories