ପିପିଲି: ପିପିଲିରେ ବିଜେପିର ପ୍ରତିଷ୍ଠା ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀକ୍ରୀଷ୍ଣା ଗାର୍ଡେନଠାରେ ପୂର୍ବାହ୍ନରେ ଅନୁଷ୍ଠିତ ସାଧାରଣ ସଭାରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକ, ବରିଷ୍ଠ ନେତା ଓମ୍ ପ୍ରକାଶ ମିଶ୍ର, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ବରିଷ୍ଠ ନେତା ଡାକ୍ତର ନବକିଶୋର ରାଉତ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଆଗାମୀ ଦିନରେ ବିଜେପିର ନୀତି, ଆଦର୍ଶ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବ କଲ୍ୟାଣ ଯୋଜନା ଓ ବିକାଶ କଥାକୁ ଘରେ ଘରେ ପହଞ୍ଚାଇ ଦଳକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଏହି ଅବସରରେ ସମସ୍ତେ ସଂକଳ୍ପ ନେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠନେତା ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ, ପ୍ରଦୀପ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
Popular Categories



