www.samajalive.in
Monday, December 8, 2025
27.1 C
Bhubaneswar

ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନକୁ ପୁଣି ଆମେରିକାର ୧୦୦ ନିୟୁତ ଡଲାର ସହାୟତା

ନୂଆଦିଲ୍ଲୀ: ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନକୁ ପୁଣି ଆମେରିକା ୧୦୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଦେବାକୁ ଘୋଷଣା କରିଛି। ୟୁକ୍ରେନକୁ ଆମେରିକାର ଏହା ଷଷ୍ଠ ସହାୟତା। ପେଣ୍ଟାଗନ ଗଣମାଧ୍ୟମ ସଚିବ ଜନ୍‍ କୀର୍ବି ଏକ ବିବୃତିରେ କହିଛନ୍ତି ଯେ ୟୁକ୍ରେନ୍‍ ପାଇଁ ଅତିରିକ୍ତ ଜାଭେଲିନ୍‍ ଆଣ୍ଟି ଆର୍ମର ବ୍ୟବସ୍ଥା ସଂଗ୍ରହରେ ଏହା ସହାୟତା କରିବ। ଆମେରିକା ୟୁକ୍ରେନକୁ ଏହା ଯୋଗାଇବ। ଜାଭେଲିନ୍‍ କ୍ଷେପଣାସ୍ତ୍ରକୁ ୟୁକ୍ରେନକୁ ଦିଆଯିବା ବିଷୟ ସେ ନିଶ୍ଚିତ କରିଛନ୍ତି। ଏଥିପାଇଁ ୟୁକ୍ରେନ୍‍ ସାମରିକ ବାହିନୀ ଆମେରିକାକୁ ଅନୁରୋଧ କରିଥିଲା।

ଇତି ମଧ୍ୟରେ ନାଟୋ ସେକ୍ରେଟାରୀ ଜେନେରାଲ୍‍ ଜେନ୍‍ସ ଷ୍ଟୋଲ୍‍ଟେନ୍‍ବର୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି ୟୁକ୍ରେନକୁ ଅଧିକ ସହାୟତା ଯୋଗାଇବାକୁ ମିତ୍ର ରାଷ୍ଟ୍ରମାନେ ସଂକଳ୍ପବଦ୍ଧ ହୋଇଛନ୍ତି। ଏହି ସହାୟତା ମଧ୍ୟରେ ଆର୍ଥିକ ତଥା ମାନବୀୟ ସହାୟତା ଦିଆଯିବ ବୋଲି ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories