www.samajalive.in
Sunday, December 7, 2025
18.1 C
Bhubaneswar

ନୂତନ ଜିଲା ଯୁବ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧନା

ପିପିଲି : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୁରୀ ଜିଲାର ବିଜୁ ଯୁବ ଜନତା ଦଳର ନୂତନ ସଭାପତି ଭାବେ ପିପିଲି ଅଞ୍ଚଳର ଯୁବନେତା ତଥା ଆଇନଜୀବୀ ନାରାୟଣ ସ୍ୱାଇଁଙ୍କୁ ଦାୟିତ୍ୱ ମିଳିବା ପରେ ସ୍ଥାନୀୟ ବିଜେଡି ମହଲରେ ଖୁସିର ଲହରି ଖେଳିଯାଇଛି । ଗୁରୁବାର ଦିନ ଶ୍ରୀସ୍ୱାଇଁଙ୍କୁ ପିପିଲି ଠାରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଯୁବନେତା ଧରଣୀଧର ସାହୁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଆଇନଜୀବୀ ଶ୍ରୀଧର ପ୍ରଧାନ, ବରିଷ୍ଠ ନେତା ସଦାଶିବ ଦାଶ, କୁଞ୍ଜମୋହନ ଦାଶ, ଅଜୟ ମହାରଣା, ଅମୂଲ୍ୟ କୁମାର ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ଧିରେଶ ଖଟେଇ ପ୍ରମୁଖ ଶ୍ରୀସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସଂବର୍ଦ୍ଧିତ କରିଥିଲେ । ଛାତ୍ରଜୀବନରୁ ରାଜନିତୀରେ ପାଦ ଥାପିଥିବା ଶ୍ରୀସ୍ୱାଇଁ ୨୦୦୭ ମସିହାରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁରୀ ଜିଲା ଯୁବ ବିଜେଡିର ଉପ ସଭାପତି ପଦବୀରେ ରହିଥିଲେ। ଜିଲା ଯୁବ ବିଜେଡି ସଭାପତି ଦାୟିତ୍ୱ ମିଳିବା ପରେ ଶ୍ରୀସ୍ୱାଇଁ ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର, ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ନିଜର ରାଜନୈତିକ ଗୁରୁ ତଥା ବିଧାୟକ ପ୍ରଦୀପ ମହାରଥି,ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଞ୍ଜୟ କୁମାର ଦାସବର୍ମା ,ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ଜିଲାରେ ଯୁବ ବିଜେଡିକୁ ଅଧିକ କ୍ରୀୟାଶୀଳ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories