www.samajalive.in
Sunday, December 14, 2025
19.1 C
Bhubaneswar

ଭୁଶୁଡ଼ିଲା ତାଳଚେର ବିଜେଡି ଗଡ଼

ତାଳଚେର : ବିଜେପିରେ ବିଧିବଦ୍ଧ ଭାବେ ମିଶିବା ପାଇଁ ବୁଧବାର ସନ୍ଧ୍ୟାରେ ଅସନ୍ତୁଷ୍ଟ ନଗରପାଳଙ୍କ ସମେତ ୧୩ ପାରିଷଦ(କାଉନସିଲର) ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ବହୁ ଦିନରୁ ସେମାନେ ବିଜେପିରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହାର ଅନ୍ତ ଘଟିଛି। ଅସନ୍ତୁଷ୍ଟ ବିଜେଡି କାଉନସିଲରମାନେ ନଗରପାଳଙ୍କ ସହ ବିଧିବଦ୍ଧ ଭାବେ ଆସନ୍ତା ୨୮ ତାରିଖ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିଜେଡି ଜିଲା ସଭାପତି ତଥା ତାଳଚେର ବିଧାୟକ ଅସନ୍ତୁଷ୍ଟଙ୍କୁ ବିଜେଡି ଛାଡ଼ିବା ନିଷ୍ପତ୍ତିରୁ ଓହରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅସନ୍ତୁଷ୍ଟ ନଗରପାଳଙ୍କ ସମେତ କାଉନସିଲରମାନେ କିନ୍ତୁ ତାଙ୍କ ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି। ୧୮ ବିଜେଡି କାଉନସିଲରଙ୍କ ମଧ୍ୟରୁ ୧, ୨, ୩, ୫, ୬, ୯, ୧୦, ୧୧, ୧୨, ୧୪, ୧୫, ୧୮, ୨୦ ନମ୍ବର ୱାର୍ଡର କାଉନସିଲର ଦଳରୁ ଇସ୍ତଫା ଦେଇଥିବାବେଳେ ଏବେ କେବଳ ୪, ୭, ୧୩, ୧୭ ଓ ୧୯ ନମ୍ବର ୱାର୍ଡର କାଉନସିଲର ବିଜେଡିରେ ରହିଥିବା ଜଣାପଡ଼ିଛି। ତେବେ ମିଶ୍ରଣ ପର୍ବ ଆଉ ଦୁଇ ଦିନ ଥିବାବେଳେ ଆଗକୁ ଆଉ କେତେ ଜଣ ବିଜେଡି କାଉନସିଲର ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ଦେଖିବାକୁ ବାକି ରହିଲା ା ୨୮ ତାରିଖ ପରେ ତାଳଚେର ପୌର ପରିଷଦରେ ବିଜେପିର ୧୮ ଓ ବିଜେଡି ୩ କାଉନସିଲର ରହିବେ ବୋଲି ତାଳଚେରରେ ଚର୍ଚ୍ଚା ଚାଲିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories