ଆନ୍ଦୋଳନ ଡାକରା ପ୍ରତ୍ୟାହାର କଲା ବିଜେଡି
ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ବିଜେଡିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦାବି କରିଥିଲେ। ଏହାକୁ ନେଇ ବିଜେଡି ମହିଳା ମୋର୍ଚ୍ଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହାପରେ ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱରରେ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡି ଏହି ଆନ୍ଦୋଳନ ପ୍ରତ୍ୟାହାର କରିଛି। ସାମୟିକ ଭାବେ ହରତାଳକୁ ପ୍ରତ୍ୟାହାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଅରୁଣ ସାହୁ ଓ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ନିରପେକ୍ଷ ତଦନ୍ତ କରାଯାଇ ପୀଡିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଏହି ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶା ପୁଲିସର ଛବି ମଳିନ ହୋଇଛି। ତେଣୁ ଦୋଷୀଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅରୁଣ ସାହୁ ଦାବି କରିଛନ୍ତି।
ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ନିର୍ଯ୍ୟାତନା ମାମଲାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ @bjd_odisha ସଭାପତି @Naveen_Odisha ଦାବି ରଖିଥିଲେ ସେହି ମୁତାବକ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ଘୋଷଣା କରିଥିବାରୁ ଆସନ୍ତାକାଲିର ହରତାଳ ଡାକରାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । pic.twitter.com/IDPRDWjjJh
— Swayam Prakash (@swayam4Odisha) September 23, 2024
Comments are closed.