www.samajalive.in
Wednesday, December 10, 2025
16.1 C
Bhubaneswar

ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି‌ରେ ଉଷ୍ଣତା

ଭୁବନେଶ୍ବର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ହୋଇଥିବାବେଳେ ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ସେହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳୀୟ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି କାହାକୁ ସମର୍ଥନ କରିବା ତା’ ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଇଣ୍ଡିଆ ମେଣ୍ଟ ଓ ଏନ୍‌ଡିଏ ଉଭୟ ବିଜେଡି ସମର୍ଥନ ପାଇବାକୁ ପ୍ରଚେଷ୍ଟା କରୁଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ତାମିଲନାଡୁର ମୂଳ ବାସିନ୍ଦା ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଆନ୍ଧ୍ରପ୍ରଦେଶର। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ରାଜ୍ୟରେ ଦଳ ମୁଖ୍ୟ ବିରୋଧୀ ଭୂମିକାରେ ରହିଛି। ବିଜେପି ବିରୋଧରେ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ଡବଲ ଇଞ୍ଜିନ ସରକାରକୁ ବିରୋଧ କରୁଛି। ମାତ୍ର ଏବେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ଭିନ୍ନ ବାର୍ତ୍ତା ଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ମାତ୍ର ବିଗତ ଦିନରେ ରାଜ୍ୟସଭା ନିର୍ବାଚନ ହେଉ ଅବା ବିଭିନ୍ନ ପ୍ରସଙ୍ଗରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରିବା ନଜର ରହିଛି। ଏଭଳି ସ୍ଥିତିରେ ବିଜେଡି ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ୱାକଫ୍‌ ସଂଶୋଧନ ବିଧେୟକରେ ବିବେକାନୁମୋଦିତ ଭୋଟ୍‌କୁ ଆଧାର କରି ଦଳର ୫ଜଣ ସାଂସଦ ଏନ୍‌ଡିଏ ସରକାରଙ୍କୁ ସମର୍ଥନ କରିଥିଲେ। ବିଜେଡି ୱାକଫ୍‌ ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ବିବେକାନୁମୋଦିତ ମତ ଦେବା ନେଇ ଅଳ୍ପ କେତେକ ମତ ଦେଇଛନ୍ତି। ମାତ୍ର ଭୋଟ୍ ଦାନରୁ ବିରତ ରହିବାକୁ ବିଜେଡିର ଏକ ବଡ଼ ଗୋଷ୍ଠୀ ଦଳୀୟ ସୁପ୍ରିମୋଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।
ବିଜେଡିର ରାଜନୈତିକ ବ୍ୟାପାର ସମିତି(ପଲଟିକାଲ ଆଫେୟାର୍ସ କମିଟି) ନିର୍ବାଚନରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ସମଦୂରତା ରକ୍ଷା କରି ନିର୍ବାଚନରୁ ବିରତ ରହିବା ନିମନ୍ତେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଅନୁପସ୍ଥିତ ରହି ଉଭୟ ମେଣ୍ଟଠାରୁ ସମଦୂରତାର ବାର୍ତ୍ତା ଦେବାକୁ ଚିନ୍ତନ କରୁଛି। ମାତ୍ର ଦଳର ତୃଣମୂଳସ୍ତରର କର୍ମୀ, ବହୁ ନେତାଙ୍କ ସମେତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ ନ ଦେବାକୁ ଜୋର୍‌ ଦେଉଛନ୍ତି।
ଏନ୍‌ଡିଏକୁ ସମର୍ଥନ କଲେ ଦଳର ଛବି ମଳିନ ହେବା ଆଶଙ୍କା ଥିବା ଯୋଗୁଁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଡବଲ ଇଞ୍ଜିନ ସରକାରଙ୍କୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଦଳୀୟ ଫୋରମ୍‌ରେ ଦାବି କରୁଛନ୍ତି। ମାତ୍ର ପିଏସି ପକ୍ଷରୁ ନିର୍ବାଚନରୁ ବିରତ ରହିବା ପାଇଁ ପ୍ରସ୍ତାବକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରହଣ କରିବେ କି ନାହିଁ ଦଳ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଦଳର ସଭାପତି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ, କେତୁ, ଏହି ୩ ରାଶିଙ୍କ ଭାଗ୍ୟରେ କ’ଣ ଘଟିବ ଜାଣନ୍ତୁ..

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories