କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଅଭିଯୁକ୍ତ ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇଙ୍କୁ ଗୁରୁବାର ଜେରା କରିଛି କ୍ରାଇମବ୍ରାଞ୍ଚ। ଚୌଦ୍ବାର ଜେଲରୁ ଅଣାଯାଇ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ଣ ୨ଟା ଜେରା ଆରମ୍ଭ ହୋଇଥିଲା। ସନାତନ ବହୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବାବେଳେ ରାମଜୀଙ୍କ ନିକଟରୁ ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଶୁକ୍ରବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରିମାଣ୍ଡ ଅବଧି ରହିଛି। ଏହି ସମୟ ମଧ୍ୟରେ ଆଉ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅତିରିକ୍ତ ଜିଲା ଦୌରାଜଜ ଅଦାଲତରେ ସମସ୍ତ ଅଭିଯୁକ୍ତଙ୍କର ଜାମିନ ଆବେଦନ ମାମଲାର ଶୁଣାଣି ଆସନ୍ତାକାଲି ହେବ। ରାମ୍ଜୀ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି।
୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ, କେତୁ, ଏହି ୩ ରାଶିଙ୍କ ଭାଗ୍ୟରେ କ’ଣ ଘଟିବ ଜାଣନ୍ତୁ..



