www.samajalive.in
Thursday, December 11, 2025
18.1 C
Bhubaneswar

ପାହାଚ ଚଢ଼ି ପାରୁନି ବିକାଶ; ରାସ୍ତା ଖୋଜୁଛି ଯୁନାନୀ ଧୁବେନ ଟିକ୍ରା ଗ୍ରାମ

ରେଙ୍ଗାଲିକ୍ୟାମ୍ପ: ଆଦିବାସୀ ବହୁଳ ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗର ପାଲି ପଞ୍ଚାୟତର ଯୁନାନୀ ଧୁବେନ ଟିକ୍ରା ଗ୍ରାମ । ଗାଁକୁ ଯିବାକୁ ହେଲେ ଦୀର୍ଘ ଦୁଇ କିଲୋମିଟର ମାଟି ରାସ୍ତା ରହିଛି । ଏଇ ମାଟି ରାସ୍ତାରେ ଗଲାବେଳେ ରାସ୍ତାରେ ହୋଇଛି ଏକ ଘାଇ । ପଞ୍ଚାୟତ ଠାରୁ ଆରମ୍ଭ କରି ଦୈନନ୍ଦିନ ହାଟ ବଜାର ସବୁ କାମରେ ଯିବାକୁ ହେଲେ ଏହି ଘାଇକୁ ପାରି ହୋଇ ଯିବାକୁ ପଡୁଛି। ତାହା ପୁଣି ସାମାନ୍ୟ ତିନି ଚାରି ଖଣ୍ଡ କାଠ ଉପର ଦେଇ । ତଳକୁ ଚାହିଁଲେ ଘାଇର ଗଭୀରତା ଦେଖି ମୁଣ୍ଡ ବୁଲାଇ ଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଆସି ରାସ୍ତାରେ ଜମି ଯାଉଛି ଓ ଘାଇ ପାରି ହେବା କଷ୍ଟ ହୋଇ ପଡୁଛି ।ପଞ୍ଚାୟତକୁ ରାସନ ପାଇଁ ଯିବାକୁ ହେଲେ ଏଇ ରାସ୍ତା ଦେଇ ଯିବାକୁ ପଡେ। ସେ ରାସନ ପାଇଁ ହେଉ ଅବା ବାର୍ଦ୍ଧକ୍ୟ ଭତ୍ତା, ଏପରିକି କୁନିକୁନି ପିଲାଙ୍କ ସ୍କୁଲ ଯିବା କଥା ସବୁବେଳେ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ।

ସାମାନ୍ୟ ବର୍ଷା ଆସିଲେ ଏହି ଚାରି ଖଣ୍ଡ କାଠ ଉପରେ ଭରସା କରି ଯିବାକୁ ପଡ଼େ । ଆବାସ ଘର ଲାଗି ସିମେଣ୍ଟ ଲୁହା ଛଡ଼ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଗାଆଁକୁ ପହଞ୍ଚିବା କଷ୍ଟକର ହୋଇପଡେ। ସ୍ଵାସ୍ଥ୍ୟ ସେବା ଲାଗି ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ମଧ୍ୟ ଆସି ପାରେ ନାହିଁ । ଏହି ଗାଁକୁ ଯିବା ପାଇଁ ଚାରି ପାର୍ଶ୍ୱରୁ ରାସ୍ତା ସଂଯୋଗ ହୋଇଛି ,ଯେମିତି କନ୍ତଲ ଗ୍ରାମ ପିଚୁ ରାସ୍ତାରୁ ୨ କିମି ରାସ୍ତା ଦେଇ ଯିବାକୁ ହୁଏ ଏହି ଗ୍ରାମକୁ। ଜୁନାନି ପିଚୁ ରାସ୍ତାରୁ ଏହି ଗାଆଁକୁ ଅଧ କିମି ରାସ୍ତା ପଡ଼ିଥାଏ। ଆମଝେରରୁ ଦେଢ଼ କିମି ରାସ୍ତା। ଟାଙ୍ଗର ପାଲି ଛକରୁ ଅମଝେରକୁ ୫ କିମି ରାସ୍ତା କଂକ୍ରିଟ କରଣ କରାଯାଇଛି ଓ ଯୁନାନୀକୁ ୮ କିମି ପିଚୁ ରାସ୍ତା ହୋଇ ସରିଛି । ହେଲେ ମଝିରେ ଥିବା ଏହି ଗ୍ରାମ କୁ କୌଣସି ଦିଗରୁ ରାସ୍ତା ଭଳ ନାହିଁ, ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଏହି ଗ୍ରାମରେ ୩ ପିଢ଼ି ଯାଇ ସାରିଲେଣି। ଗ୍ରାମରେ ୯୦ ଘର ,୧୫୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଶହ ଶହ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ପାଲଟିଛି ଏମାନଙ୍କ ପାଇଁ ସପ୍ନ। ବିକାଶ ନାଆଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏ ଯାଏଁ ବିକାଶ ଛୁଇଁ ନି ଏହି ଗ୍ରାମକୁ । ପଞ୍ଚାୟତ, ସ୍କୁଲ୍ କଲେଜ୍ ଯିବାକୁ ହେଲେ ଏହି ବଣ ଜଙ୍ଗଲ ଭିତରେ ଗତି କରିବାକୁ ପଡ଼ିଥାଏ । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନର ନିଦ୍ରା ଭକ୍ଷଙ୍ଗି ନାହିଁ । ରାସ୍ତା ନ ହେଲେ ଅତାବିରା କୁଷ୍ଠା ଶ୍ରମରେ ଯେଭଳି ଜନ ବସତି ଶୁନ ହେବାକୁ ବସିଲାଣି, ଏହି ଗାଁରୁ ମଧ୍ୟ ଲୋକେ ଅନ୍ୟତ୍ର ଚାଲିଯିବେ। କିଛି ଦିନ ତଳେ ଏହି ରାସ୍ତାରେ ଅବକାରୀ ବିଭାଗର ଗାଡ଼ି, ୧୦୮ ଆମ୍ବୁଲାନ୍ସ ଯାଇ ନ ପାରି ଫେରିଯାଇଥିଲା । ସ୍ବାଧୀନତାର ୭୫ ବର୍ଷ ବିତି ଯାଇଛି, ଆଉ କେତେ ବର୍ଷ ପରେ ଗାଁକୁ ରାସ୍ତା ହେବ ଅନେଇ ବସିଛନ୍ତି ଗ୍ରାମବାସୀ। ଗାଆଁ ଅଛି, ବାଟ ନାହିଁ ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories