www.samajalive.in
Monday, December 8, 2025
27.1 C
Bhubaneswar

ଘର ଆଗରେ ପଥର ଗଦା କଲେ ଗ୍ରାମବାସୀ

ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି। ପୂର୍ବ ବିବାଦକୁ କେନ୍ଦ୍ରକରି ଗୁରୁବାର ସକାଳେ ଗ୍ରାମବାସୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଆଗରେ ପଥର ଗଦା କରି ବାଟ ବନ୍ଦ କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି।
ଗ୍ରାମର ଧରମା ମୁଦୁଲିଙ୍କ ପତ୍ନୀ ଝୁମି ବିଶୋଇ ଥାନାରେ ଅଭିଯୋଗ କରିଛନ୍ତି ଯେ ୨୦୧୬ ମସିହାରେ ତାଙ୍କ ଘରକୁ ଗ୍ରାମବାସୀ ପୋଡ଼ି ଦେଇଥିଲେ। ଏ ସଂକ୍ରାନ୍ତ ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି। ଉକ୍ତ ମାମଲାକୁ ଉଠାଇବା ପାଇଁ ଗ୍ରାମବାସୀ ଧରମାଙ୍କ ପରିବାର ଉପରେ ଚାପ ପକାଇ ଆସୁଥିଲେ। ମାମଲା ନ ଉଠାଇବାରୁ ଗ୍ରାମବାସୀ ଗୁରୁବାର ସକାଳେ ତାଙ୍କ ଘର ଆଗରେ ଟ୍ରକ ଯୋଗେ ପଥର ଆଣି ଗଦା କରିଛନ୍ତି। ଫଳରେ ତାଙ୍କ ପରିବାର ଲୋକ ଘରୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି। ପଥର ଅନଲୋଡ଼ିଂ ସମୟରେ ଗ୍ରାମବାସୀ ହାତରେ ତଡ଼ା, ବାଡ଼ି ଧରି ଜଗି ବସିଥିଲେ। ପରିବାର ପକ୍ଷରୁ ଏନେଇ ବଳଙ୍ଗା ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଧରମାଙ୍କ ଘର ଆଗରୁ ତଡ଼ି ଦେଇଥିଲେ। ଧରମାଙ୍କ ବୁଢ଼ୀ ମା’ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ପଥର ଉପରେ ଟେକି ଟେକି ଡାକ୍ତରଖାନାକୁ ନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା ; ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories