www.samajalive.in
Saturday, December 13, 2025
26.1 C
Bhubaneswar

ନାନ୍ଦପୁର ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ଆରଡି : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନାନ୍ଦପୁର ପଞ୍ଚାୟତରେ କଂଗ୍ରେସ ଦଳର ବହୁ  ଛାମୁଆ  ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ଆରଡି ବସଷ୍ଟାଣ୍ଡରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣପର୍ବରେ  ଦୀର୍ଘବର୍ଷ ଧରି କଂଗ୍ରେସ ଓ ବିଜେପି ଦଳର ବରିଷ୍ଠ ନେତା  ଭାବେ କାର୍ଯ୍ୟ ତୁଲାଉଥିବା ନାନ୍ଦପୁର ପଞ୍ଚାୟତ ପହଣା ଗାଁର ତ୍ରିଲୋଚନ ପଣ୍ଡା, ଚନ୍ଦନ ଭଞ, ଅର୍ଜୁନ ଦାସ,  କୋଇଲିଖା ଗାଁର କ୍ଷିରୋଦ ବିଶ୍ବାଳ, ସୁରେନ୍ଦ୍ର ବିଶ୍ବାଳ, କୃତିବାଶ ବିଶ୍ବାଳ, ନାନ୍ଦପୁର ଗାଁର ରମେଶ ସାମଲ, ପ୍ରଶାନ୍ତ ନାୟକ, ଭୂଇଁପୁର ଗାଁର ଲକ୍ଷ୍ମିକାନ୍ତ ରାୟ, ପାଲଟପୁର ନିତ୍ୟାନନ୍ଦ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନୀତି ଆର୍ଦଶ ଓ ଲୋକାଭିମୁଖି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟଦଳ ଛାଡି ଯୋଗ ଦେଇଥିବା ବରିଷ୍ଠନେତା ଓ କର୍ମୀମାନଙ୍କୁ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ନାନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜ ଦାସ,  ସରପଞ୍ଚଙ୍କ ପ୍ରତିନିଧି ଗଣେଶ ବିଶ୍ବାଳ, ପୂର୍ବତନ ସରପଞ୍ଚ ଅରବିନ୍ଦ ପାଢୀ, ପ୍ରସନ୍ନ ଜେନା ପ୍ରମୁଖ ପୁଷ୍ପଗୁଚ୍ଛ  ଓ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ । ପରେ ଏକ ସଭାର ଆୟୋଜନ କରାଯାଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଯେପରି ବହୁ ମତରେ ବିଜୟ ଲାଭ କରିବ ସେଥିପାଇଁ ଏକ ଖସଡା ପ୍ରସ୍ତୁତ କରାଯାଇଥିଲା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories