www.samajalive.in
Sunday, December 14, 2025
26.1 C
Bhubaneswar

ଆନନ୍ଦ ଭବନରେ ବିଜେଡ଼ି ଘରବାହୁଡ଼ା ପର୍ବ

ବରପାଲି : ବରପାଲି ବ୍ଲକ ବହିଆପଦର ଆନନ୍ଦ ଭବନ ପରିସର ସଭାଗୃହରେ ବିଜେଡ଼ି ଦଳ ପକ୍ଷରୁ ଏକ ଘରବାହୁଡ଼ା ଉତ୍ସବ ପାଳିତ ହୋଇଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ବ୍ଲକ ବିଜେଡ଼ି ସଭାପତି ଅଧିକାରି ବାରିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ମହୁଲପାଲି ସମିତିସଭ୍ୟ ରବିନ୍ଦ୍ର୍ର ଭୋଇ, ସରପଞ୍ଚ ଚତୃଭୁଜ ନାଗ,ରବି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପୁର୍ବରୁ ଦଳିୟ ୧୬ଜଣ କର୍ମୀ ବ୍ୟକ୍ତିଗତ ମତାନ୍ତର ଯୋଗୁଁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ। ଆଜି ମୂଖ୍ୟଅତିଥି ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ପୁନଃଦଳୀୟ ସଦସ୍ୟତା ଗ୍ରହଣ କରିବା ସହ ଶୃଖଂଳାଗତ କର୍ମୀ ଭାବରେ ନିଜକୁ ବିଜେଡ଼ି ଦଳରେ ସାମିଲ କରିଥିବା ଦେଖିବାକୁ ମିଳିଥିଲା। ନିମନ୍ତ୍ରିତ ଅତିଥି ମାନେ ଘରବାହୁଡ଼ା ହୋଇଥିବା ବନ୍ଧୁ ମାନଙ୍କୁ ସ୍ୱାଗତ ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଦଳିତ ଉତ୍ତରିୟ ପ୍ରଦାନ କରିଥିଲେ। ପରେ ଅତିଥି ମାନେ ବର୍ତ୍ତମାନର ସ୍ଥିତି ଓ ଦଳିୟ  ସଦଭାବନା,ରାଜ୍ୟ ସରକାରଙ୍କ ସହୟତା ଯୋଜନା, ଗ୍ରାମାଞ୍ଚଳର ବିକାଶ, ମହିଳ ଓ ଶିଶୁ ମାନଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଥା ପାନିୟ ବ୍ୟବସ୍ଥା ବିଦ୍ୟୁତ ଓ ଗମନାଗମନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡ଼ିରେ ସାମିଲ ହୋଇଥିବା ପୁରୁଣା କର୍ମୀ ମାନଙ୍କ ମଧ୍ୟରେ ସରଣ୍ଡାପାଲିର ସୁରେନ୍ଦ୍ର ନାଥ ସାହୁ,କିଶୋର ସେଠ,ଅକ୍ଷୟ ସେଠ,ଅଶ୍ୱିନୀ ସାହୁ,ଉଦୟ ସାହୁ,ଲୋଚନ ସାହୁ,ରସାନନ୍ଦ ସାହୁ,ଝସକେତନ ସାହୁ,ଦିବ୍ୟ ନାଏକ,ବିପିନ ମହାକୁର,ରଞ୍ଜିତ ନାଏକ,ଦୁର୍ଯୋଧନ ନାଏକ,ରୋହିତ ସେଠ,ସଚିଦା ପଟେଲ,ସୁରେଶ ପଟେଲ ଓ ବିପିନ ସାହୁ ପ୍ରମୁଖ ଯୋଗଦେଇ ଦଳିୟ ଶୃଖଂଳାକୁ ସମ୍ମାନ ଜଣାଇ ଦଳିୟ ସଦଭାବନାକୁ ସମ୍ମାନ ଜଣାଇବାକୁ୍ୱ ମିଳିତ ସଂକଳ୍ପ ନେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories