www.samajalive.in
Thursday, December 11, 2025
26.1 C
Bhubaneswar

ଲେଖାଶ୍ରୀଙ୍କ ଟିପ୍ପଣୀକୁ ନେଇ ଝଡ଼: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର: ପୁରୀ ପରିଚୟ ଓ ସମ୍ବିତ ପାତ୍ରଙ୍କ ସଂକ୍ରାନ୍ତରେ ମନ୍ତବ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ପାଇଁ ଅଡ଼ୁଆ ହୋଇଛି । କଂଗ୍ରେସ ପକ୍ଷରୁ ଗତକାଲି ବିକ୍ଷୋଭ ଓ ଥାନାରେ ଅଭିଯୋଗ ପରେ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।  ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି  ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦ୍ୱାରା ଜଗତରନାଥ ଜଗନ୍ନାଥଙ୍କ ସମ୍ମାନ କ୍ଷୁର୍ଣ୍ଣ  କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ ।  କଂଗ୍ରେସ ଭବନ ଠାରୁ ଏକ ବିକ୍ଷୋଭ ରାଲି ବାହାରି ମାଷ୍ଟରକ୍ୟାଂଟିନ୍‍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ନେତ୍ରୀ  ଲେଖାଶ୍ରୀ ସାମନ୍ତସିଂହାର ଜଗତରନାଥ ଜଗନ୍ନାଥଙ୍କ ଉପରେ ଯେଉଁ ଟିପ୍‍ଣୀ ଦେଇଛନ୍ତି ତାହା କେବଳ ଓଡିଶା ନୁହେଁ ସାରା ଦେଶ ଏବଂ ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ୍‍ ପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପୁରୀରେ ନୁହେଁ କଲିକତା ଥିଲା ବୋଲି ଲୋକେ ଜାଣିଥିବା ଶ୍ରୀମତୀ ସାମନ୍ତସିଂହାର ବକ୍ତବ୍ୟ ଦେଇଛନ୍ତି। ଏହା ଓଡିଶାର କୋଟି କୋଟି ଲୋକଙ୍କର ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀଜଗନ୍ନାଥଙ୍କ ଗରିମାକୁ କ୍ଷୁର୍ଣ୍ଣ କରିଛି। ସାରା ବିଶ୍ୱର ଲୋକ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ପୁରୀରେ ଏବଂ ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଜର୍ମାଣ, ଫ୍ରାନ୍ସ ପ୍ରଭୃତି ଦେଶରେ ପାଳନ କରାଯାଉଛି। ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ମଧ୍ୟ ପୁରୀ ଆସିଥାନ୍ତି। ବର୍ଷସାରା ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଲୋକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥାନ୍ତି। ଏପରି ସ୍ଥଳେ ପୁରୀ ମନ୍ଦିର କଲିକତାରେ ବୋଲି ସାଧାରଣ ଲୋକଙ୍କର ଧାରଣା କହି ଶ୍ରୀମତୀ ସାମନ୍ତସିଂହାର ଓଡିଶାରେ ଧର୍ମୀୟ ଭାବନାକୁ ନେଇ ଏକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିଲେ। ତାଙ୍କ ବକ୍ତବ୍ୟରେ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ଜଗତରନାଥ ଜଗନ୍ନାଥଙ୍କ ଠାରୁ ସମ୍ବିତ ପାତ୍ର ବଡ। ଏହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ଏହି କାର୍ଯ୍ୟକ୍ରମରେ ଲେଖାଶ୍ରୀ ସାମନ୍ତସିଂହାର ଓ ସମ୍ବିତ ପାତ୍ରଙ୍କର କୁଶପୁତଳିକା ଦାହ କରାଯାଇଥିଲା। ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀମତୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବା ପାଇଁ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍‍ ଦାସ, ରଶ୍ମି ମହାପାତ୍ର, ୟାସିର ନୱାଜ, ରଂଜିତ୍‍ ପାତ୍ର, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଅକ୍ଷୟ ଦାସ, ଶ୍ରୀୟା ପଣ୍ଡା, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ସୁରଜ ରାଉତ, ସାଗର ପଟ୍ଟନାୟକ, ବାଦଲ ମହାନ୍ତି, ପ୍ରସନ୍ନ ମାର୍ଥା, କୁସୁମ ପ୍ରଧାନ, ମନୋରଞ୍ଜନ ବଟୁ, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ସୌମେନ୍ଦ୍ର ମହାନ୍ତି, ମନୋଜ ସାହୁ, କାର୍ତିକ କାଣ୍ଡି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories