www.samajalive.in
Monday, December 8, 2025
24.1 C
Bhubaneswar

ସୁରକ୍ଷାକର୍ମୀ-ନକ୍ସଲ ସଂଘର୍ଷ: ମହିଳା ମାଓବାଦୀ ସମେତ ୨ ମୃତ, ବନ୍ଧୁକ ଗୁଳି ଜବତ

ବିଶ୍ରା : ଓଡ଼ିଶା-ଝାଡ଼ଖଣ୍ଡ ସୀମା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମର ଚାଇଁବସା ଜିଲା ସୋନୁଆ ଥାନା ଅଞ୍ଚଳର ପୋଡ଼ାହାଟ ଜଙ୍ଗଲ ବିଲାୟତିଟୋଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବିରାଟ ସଫଳତା ମିଳିଛି। ମିଳିତ ବାହିନୀର ଅତର୍କିତ ଚଢ଼ଉ ଓ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇଜଣ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ବହୁଳ ପରିମାଣର ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ବୁଧବାର ସକାଳେ ଚାଇଁବସା ପୁଲିସ, କୋବ୍ରା ବାହିନୀ, ଝାଡ଼ଖଣ୍ଡ ଜାଗୁଆର ଓ ସିଆରପିଏଫ୍‌ ବାଟାଲିଅନର ଯୁଗ୍ମ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଜୋନାଲ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ମହିଳା ସଦସ୍ୟ ହେମନ୍ତି ମନଝୀ ୟାଇନର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କଠାରୁ ୨ ଇନସାସ ରାଇଫଲ, ୩୧୩ ଗୁଳି ଓ ମାଓ ସାମଗ୍ରୀ ଜବତ ହୋଇଛି। ଝାଡ଼ଖଣ୍ଡ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ମାଓ ସଙ୍ଗଠନର ଶୀର୍ଷ ନେତା ମିସିର ବେସରା, ଅନମୋଲ ମୋଛୁ, ଅନଲ, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଅଙ୍ଗେରିଆ, ଅଶ୍ବିନ ନିଜ ଦଳ ସହ କୋହ୍ଲାନ, ସରଣ୍ଡା ଜଙ୍ଗଲ, ପୋଡ଼ାହାଟ ଜଙ୍ଗଲରେ ବିଚରଣ କରୁଥିବା ଖବର ପାଇ ଝାଡ଼ଖଣ୍ଡ ଜାଗୁଆର, ସିଆରପିଏଫ୍‌, କୋବ୍ରା ଓ ଚାଇଁବସା ପୁଲିସ ମିଳିତ ତଲାସି ଅଭିଯାନ ଆରମ୍ଭ କରିଥିଲେ। ମାଓ ରିଜିଓନାଲ କମିଟି ସଦସ୍ୟ ଅମିତ ମୁଣ୍ଡା ଯାହା ମୁଣ୍ଡ ଉପରେ ୧୫ଲକ୍ଷର ପୁରସ୍କାର ରାଶି ରହିଛି।  ଜୋନାଲ କମିଟି ସଦସ୍ୟ ସଞ୍ଜୟ ଗଞ୍ଜୁ, ପ୍ରଭାତ ମୁଣ୍ଡା, ସାଲୁକା କାୟମ, ହେମନ୍ତି ମାନଲ ଆଇନ ପ୍ରମୁଖ ପଶ୍ଚିମ ସିଂଭୂମର ଚାଇଁବସା ଜିଲା ପୋଡ଼ାହାଟ ଜଙ୍ଗଲ ସୋଲଖା ଥାନା ବିଲାୟତିଟୋଲା ଅଞ୍ଚଳରେ ଥାଇ ବଡ଼ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ। ଚାଇଁବସା ପୁଲିସ ଅଧୀକ୍ଷକ ଆଶୁତୋଷ ଶେଖରଙ୍କ ନେତୃତ୍ବରେ ମିଳିତ ବାହିନୀ ବୁଧବାର ସକାଳ ୬.୧୫ରୁ ୬.୩୦ରେ ଖାନତଲାସି ଚଳାଇଥିବାବେଳେ ମାଓବାଦୀଙ୍କ ସହ ମିଳିତ ବାହିନୀ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ଆଖିବୁଜା ଗୁଳିବର୍ଷରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଦୁଇଜଣଙ୍କ ବିରୋଧରେ ଝାଡ଼ଖଣ୍ଡ ଓ ବିହାର ଅଞ୍ଚଳରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଛି। ପ୍ରକାଶଥାଉକି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତର ମାଓ ବିରୋଧୀ ଅଭିଯାନ ଯୋଗୁଁ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories