ମୁମ୍ବଇ : ଆଜି ପୁଣି ଜଣେ ପରିଚିତ ମୁହଁ ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ସିଦ୍ଧାର୍ଥଙ୍କ ଶେଷ ଫଟୋ ପୋଷ୍ଟକୁ ଦେଖି ସମସ୍ତେ ଭାବୁକ ହୋଇ ପଡିଛନ୍ତି। ଏହି ଫଟୋରେ ସେ ଲାଇଫ୍ ଲାଇନ ଗ୍ରାଫ୍ ହାତରେ ଧରି ଥିବା ଦେଖାଯାଉଛି। ଏହି ଫଟୋଟି ସେ ଅଗଷ୍ଟ ୨୪ରେ ପୋଷ୍ଟ କରିଥିଲେ ଏକ ଭିନ୍ନ କାରଣ ପାଇଁ। ଏକ ସାଧା କାଗଜରେ ସିଦ୍ଧାର୍ଥଙ୍କ ହାତରେ ଏକ ଲାଇଫ ଲାଇନ ଗ୍ରାଫ ରହିଛି। ଯେଉଁଥିରେ ଲେଖାଯାଇଛି The Heros we owe ଅର୍ଥାତ ହିରୋ, ଯେଉଁମାନଙ୍କ ପାଇଁ ଆମେ କୃତଜ୍ଞ। ଏହି ପୋଷ୍ଟରେ ସେ କରୋନା ମହାମାରୀର ଆଗଧାଡିର ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ। ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇଛନ୍ତି। ହସ୍ପିଟାଲ, ନସିଂ କର୍ମଚାରୀ ଏବଂ ସେମାନଙ୍କ ବଳିଦାନକୁ ପ୍ରଂଶସା କରି ସେ ଏହି ପୋଷ୍ଟ କରିଥିଲେ। ଯାହାକୁ ଏବେ ଦେଖି ସଭିଏଁ ଭାବୁକ ହେବା ସହ ଆଖିରେ ଭରି ଯାଉଛି ଅଶ୍ରୁ।



