www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରେମିକାକୁ ଜନ୍ମଦିନରେ ଆଇଫୋନ ଉପହାର ଦେବା ପାଇଁ ମା’ଙ୍କ ଗହଣା ଚୋରି କଲା ନବମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ର ନିଜ ପ୍ରେମିକାକୁ ଜନ୍ମଦିନରେ ଆଇଫୋନ୍ ଉପହାର ଦେବା ପାଇଁ ନିଜ ମା’ଙ୍କ ସୁନା ଗହଣା ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି । ନଜଫଗଡ ଅଞ୍ଚଳରେ ଏହି ଘଟଣା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ସୂଚନା ଅନୁସାରେ ଛାତ୍ର ଜଣକ ପ୍ରଥମେ ନିଜ ମା’ଙ୍କୁ ଆଇଫୋନ୍ କିଣିବା ପାଇଁ ପଇସା ମାଗିଲା । କିନ୍ତୁ ମା ମନା କରିଦେଲେ । ନିକଟରେ ଛାତ୍ରଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ମା’ ମନା କରିବା ପରେ ସେ ମାଙ୍କ ସୁନା ଗହଣା ଚୋରି କରିବା ପାଇଁ ନିଷ୍ପତ୍ତି ନେଲା । ସେଦିନ ରାତିରେ ସେ ଗହଣା ଚୋରି କରିଦେଲା ।

ଦିନେ ମହିଳାଙ୍କୁ ତାଙ୍କ ସୁନା ଚେନ୍ ଏବଂ ମୁଦି ନମିଳିବା ପରେ ଚୋରି ହୋଇଯାଇଥିବା ଜାଣିବାକୁ ପାଇଲେ । ଏହା ପରେ ସେ ଥାନାକୁ ଯାଇ ଅଭିଯୋଗ କଲେ । ପୁଲିସ ସିସିଟିଭି ଆଧାରରେ ଖୋଳତାଡ କରି ଜାଣିବାକୁ ପାଇଲା କି ଏଥିରେ କୌଣସି ବାହାର ଲୋକର ଭୂମିକା ନାହିଁ । କିନ୍ତୁ ପରେ ସବୁ ସତ ଜଣାପଡିଲା । ଛାତ୍ର ଜଣକ ୫୦ ହଜାର ଟଙ୍କା ଆଇଫୋନ୍ କିଣିବା ପାଇଁ ଏହି ଗହଣା ଚୋରି କରିଥିଲା । ସେ ନିଜ ପ୍ରେମିକାକୁ ଜନ୍ମଦିନରେ ଉପହାର ଦେବା ପାଇଁ ଆଇଫୋନ୍ କିଣିଲା । ପୁଲିସ ଛାତ୍ରଠୁ ଆଇଫୋନ୍ ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories