www.samajalive.in
Wednesday, November 19, 2025
29.1 C
Bhubaneswar

ସାମ୍‌ସଙ୍ଗ୍‌ର ସ୍ବାଧୀନତା ଦିବସ ଅଫର୍; ଶସ୍ତା ହେଲା ଗାଲାକ୍ସି ଏସ୍‌୨୪

ସମାଜ ଡିଜିଟାଲ ଡେସ୍କ: ସାମ୍‌ସଙ୍ଗ୍ ପକ୍ଷରୁ ସ୍ବାଧୀନତା ଦିବସ ଅଫର୍ ଘୋଷଣା କରାଯାଇଛି। ଏହି ଅଫରରେ କମ୍ପାନୀ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ Samsung Galaxy S24 ଉପରେ ଆକର୍ଷଣୀୟ ରିହାତି ଦେଉଛି। ଏହି ଫୋନ୍‌କୁ ଆପଣ ହଜାର ହଜାର ଟଙ୍କା ରିହାତିରେ କିଣିପାରିବେ, ଯାହା ଅନଲାଇନ୍ ଓ ଅଫଲାଇନ୍ ଉଭୟ ବଜାରରେ ଉପଲବ୍ଧ।

କମ୍ପାନୀ ଗାଲାକ୍ସି ଏସ୍ ୨୪କୁ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ୍ କରିଥିଲା। ଏଥିରେ ଗାଲାକ୍ସି ଏଆଇ, ଦମ୍‌ଦାର କ୍ୟାମେରା ସାଙ୍ଗକୁ କମ୍ପାକ୍ଟ ସାଇଜ୍ ରହିଛି। ଏଥିରେ ୪୦୦୦ଏମଏଏଚ ବ୍ୟାଟେରୀ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ଫୋନ୍ ଉପରେ ମିଳୁଥିବା ଅଫର୍ ଓ ଫିଚର୍ ବିଷୟରେ –

- Advertisement -

Samsung Galaxy S24କୁ ବ୍ରାଣ୍ଡ୍ ୭୪, ୯୯୯ ଟଙ୍କାରେ ଲଞ୍ଚ୍ କରିଥିଲା। କିନ୍ତୁ ସ୍ବାଧୀନତା ଦିବସ ଅଫରରେ ଆପଣ ଏହି ଫୋନ୍‌କୁ ୬୨, ୯୯୯ ଟଙ୍କାରେ କିଣିପାରିବେ। ଏହି ଦାମ୍‌ରେ ଲୋକେ ଫୋନକୁ ଉଭୟ ଅନଲାଇନ୍ ଓ ମୋବାଇଲ୍ ଦୋକାନରୁ କିଣିପାରିବେ। ଏହା ବ୍ୟତୀତ ଗ୍ରାହକ ୨୪ ମାସିଆ ବିନା ମୂଲ୍ୟରେ ଇଏମଆଇ ବିକଳ୍ପ ମଧ୍ୟ ପାଇପାରିବେ। ଏହି ସ୍ମାର୍ଟଫୋନ୍ ଏମ୍ବର ୟେଲୋ, କୋବାଲ୍ଟ ଭାଓଲେଟ୍, ଓନିକ୍ସ ବ୍ଲାକ୍ ଓ ମାର୍ବଲ ଗ୍ରେରେ ଉପଲବ୍ଧ।

ବୈଶିଷ୍ଟ୍ୟ:

Samsung Galaxy S24ରେ ୬.୨ ଇଞ୍ଚର ଏଲଟିପିଓ ଆମୋଲେଡ୍ ଡିସ୍‌ପ୍ଲେ ରହିଛି, ଯାହା ୧୨୦ ଏଚ୍‌ଜେଡ୍‌ ରିଫ୍ରେଶ୍ ରେଟ୍ ସପୋର୍ଟ ଓ କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ୍ ୨ ସହ ଆସିଥାଏ। ଏଥିରେ ଏକ୍ସିନସ୍ ୨୪୦୦ ପ୍ରୋସେସର ଦିଆଯାଇଛି। ଏଥିରେ ୮ଜିବି ରାମ୍ ଓ ୫୧୨ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ରହିଛି। ଏହି ସ୍ମାର୍ଟଫୋନରେ ୫୦ଏମପି + ୧୦ଏମପି + ୧୨ଏମପିର ଟ୍ରିପଲ୍ ରିୟର କ୍ୟାମେରା ସେଟ୍ଅପ୍ ରହିଛି। ସେହିପରି ଫ୍ରଣ୍ଟରେ ୧୨ଏମପିର ସେଲ୍ଫି କ୍ୟାମେରା ଦିଆଯାଇଛି। ଡିସ୍‌ପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ମଧ୍ୟ ରହିଛି।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories