www.samajalive.in
Friday, December 12, 2025
15.1 C
Bhubaneswar

ବୀରମହାରାଜପୁର ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ

ବୀରମହାରାଜପୁର: କୋଶଳ ରାଜ୍ୟ ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଶନିବାର ଦିଆଯାଇଥିବା ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ବୀରମହାରାଜପୁର ବ୍ଲକରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ସ୍ଥାନୀୟ କୋଶଳ ସେନା, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆଦି ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଥିଲେ। ଲୋକେ ଏଠାରେ ବନ୍ଦକୁ ସମର୍ଥନ କରିବା ଦେଖାଯାଇଥିଲା। କୋଶଳ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କୋଶଳ ରାଜ୍ୟ ଦାବିରେ ସ୍ଲୋଗାନ ଦେବା ସହ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟମାନ ବନ୍ଦ କରିଥିଲେ।

ସ୍ଥାନୀୟ ଦୈନିକ ବଜାର ସମେତ ସମସ୍ତ ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ କଚେରୀ, ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ, ତହସିଲ, ବ୍ଲକ, ଟ୍ରେଜେରି, ଜଳସେଚନ, କୃଷି ଆଦି ବିଭିନ୍ନ କାର୍ଯ୍ୟାଳୟମାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବନ୍ଦର ପ୍ରଭାବ ସ୍ଥାନୀୟ ସୁବଳୟା, ମୁର୍ଷୁଣ୍ଢି, ଅମରପାଲି, ଯାଲୋଏ ଆଦି ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା। ବନ୍ଦ ପାଳନ ଯୋଗୁଁ ବୀରମହାରାଜପୁର ମୁଖ୍ୟ ଛକ ସମେତ ବିଭିନ୍ନ ସ୍ଥାନରେ ଯାନବାହନ ଅଟକି ରହିଥିଲା। ବ୍ଲକ ଅନ୍ତର୍ଗତ ବିଭିନ୍ନ ରାସ୍ତାରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories