ବିନିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବହୁଛି ନର୍ଦ୍ଦମା ପାଣି: ଅଧିକାରୀ ଚୁପ୍, ଲୋକେ ହନ୍ତସନ୍ତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପରିସରରେ ଦୈନନ୍ଦିନ ପ୍ରଚୁର ନର୍ଦ୍ଦମା ଓ ବର୍ଷା ପାଣି ବହୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସବ ରେଜିଷ୍ଟ୍ରାର ଅଫିସ ବାହାରେ ଥିବା ଡ୍ରେନରେ ପାଣି ନିଷ୍କାସନ ହୋଇ ପାରୁ ନଥିବାରୁ ସେହି ନର୍ଦ୍ଦମା ପାଣି ଅଫିସ ଭିତରକୁ ପ୍ରବେଶ କରୁଛି। ଯଦ୍ବାରାକି ବିନିକା ଉପନିବନ୍ଧକ ଅଫିସକୁ ଯିବା ଆସିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସବ ରେଜିଷ୍ଟ୍ରାର କଲୋନୀ ବାସିନ୍ଦା ଘରୁ ବାହାରି ନପାରି ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଏବେ କିଛି ଦିନ ଧରି ଲଗାଣ ବର୍ଷାରେ ସହର ସାରା ଲୋକେ ସବୁଠି ବର୍ଷା ପାଣି ଯୋଗୁଁ ଉବୁଟୁବୁ ହେଉଥିବା ବେଳେ ପ୍ରମୁଖ ଚଳପ୍ରଚଳ ଉପନିବନ୍ଧକ ଅଫିସ ରାସ୍ତାର ନର୍ଦ୍ଦମା ପାଣି ଯୋଗୁଁ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ବିନିକା ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ଏଠାରେ ତହସିଲ କାର୍ଯ୍ୟାଳୟର ବହୁ କର୍ମଚାରୀ ସରକାରୀ କ୍ବାର୍ଟରରେ ରହୁଛନ୍ତି। କିନ୍ତୁ ବିନିକା ସ୍ଥିତ ଉପ ନିବନ୍ଧକ କାର୍ଯ୍ୟାଳୟ ଆଗରେ ଭରି ରହୁଥିବା ପ୍ରଚୁର ନର୍ଦ୍ଦମା ଓ ବର୍ଷା ପାଣି ଯୋଗୁଁ ଏଠିକାର ବାସିନ୍ଦା ବହୁ ହଇରାଣ ହରକତ ହେବା ସହିତ ଅନେକ ସମୟରେ ଘରୁ ବାହାରିବାରେ ନାହିଁ ନଥିବା ପରିସ୍ଥିତି ଭୋଗୁଥିବା ଅଭିଯୋଗ ହେଉଛି। ଏପରିକି ପ୍ରତ୍ୟହ ବିଭିନ୍ନ ସ୍ଥାନରୁ ଜମିଜମା ରେଜିଷ୍ଟ୍ରି ପାଇଁ ଅଫିସକୁ ଆସୁଥିବା ଲୋକେ ବର୍ଷା ଓ ନର୍ଦ୍ଦମା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସହର ମୁଖ୍ୟ ରାସ୍ତାରୁ ରେଜିଷ୍ଟ୍ରି ଅଫିସକୁ ସିଧା ସଳଖ ରାସ୍ତା ଥିବା ବେଳେ ସେହି ରାସ୍ତାରେ ପ୍ରଚୁର ପାଣି ଜମି ରହୁଥିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଅଫିସ ଆଗରେ ପାଣି ଜମି ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଉପନିବନ୍ଧକ କାର୍ଯ୍ୟାଳୟ ଅଧିକାରୀ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ନେଇ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ଅଫିସ ମୁଖ୍ୟ ଫାଟକ ରାସ୍ତାରେ ଉପ ନିବନ୍ଧକ କାର୍ୟ୍ୟାଳୟ ଅଧିକାରୀ ଦୈନନ୍ଦିନ ଅଫିସକୁ ଯିବା ଆସିବା କରୁଛନ୍ତି। କିନ୍ତୁ ଏନେଇ ଅଫିସ ଅଧିକାରୀ କୌଣସି ପ୍ରକାର ଆବଶ୍ୟକ କିମ୍ବା ବିପର୍ଯ୍ୟସ୍ତ ଅବସ୍ଥା ରାସ୍ତା ସମସ୍ୟାର ସମାଧାନ ନିମନ୍ତେ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି।

prayash

ସୂଚନାଯୋଗ୍ୟ, ଜମିଜମା କ୍ରୟ ବିକ୍ରୟ ସକାଶେ ବିନିକା ଉପନିବନ୍ଧକ କାର୍ଯ୍ୟାଳୟକୁ ଦୈନନ୍ଦିନ ଏଠାକୁ ଅଞ୍ଚଳର ଶତାଧିକ ଲୋକ ଆସିଥାନ୍ତି। କିନ୍ତୁ ଏପରି ସ୍ଥିତିର ସମ୍ମୁଖୀନ ହୋଇ ବିନିକା ସବ ରେଜିଷ୍ଟ୍ରି ଅଫିସରୁ ମୁହଁ ଫେରାଇ ଆସୁନଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ସମସ୍ୟା ସମ୍ପର୍କରେ ବିନିକା ତହସିଲ ଓ ଜିଲ୍ଲା ପ୍ରଶାସନ ଏନେଇ ସମ୍ପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା ଏନେଇ କୌଣସି ସମାଧାନ କରୁ ନଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ସମସ୍ୟା ସମ୍ପର୍କରେ ଦୀର୍ଘମାସ ଧରି ଏନେଇ ବିନିକା ଉପ ନିବନ୍ଧକ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ଲୋକେ ଅଫିସକୁ ଯିବା ବେଳେ କାର୍ଯ୍ୟାଳୟ ରାସ୍ତାରେ ନର୍ଦ୍ଦମା ପାଣି କାଦୁଅରେ ପଡ଼ି ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି।

ପ୍ରକାଶ ଥାଉକି, ଏଠିକାର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଦୁଇ ବର୍ଷା ତଳେ ତତ୍କାଳୀନ ବିନିକା ତହସିଲଦାର ତଥା ଉପନିବନ୍ଧକ ଅଲେଖ ଘୁଟା ତତ୍କାଳୀନ ବିନିକା ଏନଏସି ନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକଙ୍କୁ ଡକାଇ ରେଜିଷ୍ଟ୍ରି କାର୍ଯ୍ୟାଳୟ ଫାଟକ ମୁଖ୍ୟ ରାସ୍ତା ସମସ୍ୟାର ସମାଧାନ କରିଥିଲେ। କିନ୍ତୁ ଏବେ ଲୋକଙ୍କ ପାଇଁ ପୁନର୍ବାର ସେହି ସମସ୍ୟା ସୃଷ୍ଟି ହୋଇଥିବା ନେଇ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି। ତେଣୁ ସମସ୍ୟା ସମ୍ପର୍କରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.