www.samajalive.in
Saturday, December 6, 2025
26.1 C
Bhubaneswar

ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ: ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ଼: ଜମି ପଟ୍ଟା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ନରାବାହାଲି ଗ୍ରାମର ଭୂମିହୀନ ପରିବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି। ଦୀର୍ଘଦିନ ଧରି ଜମି ପଟ୍ଟା ବଣ୍ଟନ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଭୂମିହୀନ ପରିବାର ଜମି ପାଇ ପାରି ନାହାନ୍ତି। ଅନେକ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଫଳ ନ ମିଳିବାରୁ ଶେଷରେ ଆଜି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ତୁଷୁରା ଗସ୍ତରେ ଆସି ସଇନ୍ତଲା ବ୍ଲକ ଅନ୍ତର୍ଗତ ନରାବାହାଲି ଗ୍ରାମର ୨୬ ଜଣ ଦଳିତ ବର୍ଗର ଭୂମିହୀନ ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ତେବେ ବର୍ଷ ବର୍ଷ ଧରି ତହସିଲଦାରଙ୍କ ଠାରୁ ଆରମ୍ଭ କରି ବଲାଙ୍ଗୀର ଜିଲାପାଳଙ୍କୁ ନିବେଦନ କଲେ ମଧ୍ୟ ଜମି ଚିହ୍ନଟ କରି ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଏନେଇ ଚଳିତ ମାସ ଦ୍ବିତୀୟ ସୋମବାରରେ ଟିଟିଲାଗଡ଼ଠାରେ ବଲାଙ୍ଗୀର ଜିଲାପାଳ ଏବଂ ଏସପିଙ୍କ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଭୂମିହୀନ ପରିବାର ଦ୍ବାରସ୍ଥ ହୋଇଥିଲେ। ଜିଲାପାଳ ସେହି ଗ୍ରାମକୁ ଯାଇ ଭୂମିହୀନ ପରିବାରଙ୍କୁ ଜମି ଚିହ୍ନଟ କରି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ କେହି ମଧ୍ୟ ଅଧିକାରୀ ପହଞ୍ଚି ନ ଥିବା ଅଭିଯୋଗ କରି ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଭୂମିହୀନ ପରିବାର ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରିଛନ୍ତି। ଏହା ସହିତ ପାଇଥିବା ଜମି ପଟ୍ଟା ମଧ୍ୟ ଫେରସ୍ତ କରିଛନ୍ତି। ଗରିବ ପରିବାରଙ୍କୁ ଠକିଥିବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ୪୨୦ ମାମଲା ରୁଜୁ କରାଯିବ ବୋଲି ଟିଟିଲାଗଡ଼ ଗରିବ ସେନା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ କହିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories