ଧିରେ ଧିରେ ବାଇକରୁ ଗାଏବ ହେଉଛି ଏହି ସୁବିଧା, ଆପଣ ଜାଣିଛନ୍ତି କି ?

ନୂଆଦିଲ୍ଲୀ : ଆଜିକାଲି ରାସ୍ତାରେ ଅତ୍ୟାଧୁନିକ ଗାଡି ନଜର ଆସୁଛି । କାର୍ ଓ ବାଇକର ଭଳିକି ଭଳି ମଡେଲ୍ କମ୍ପାନୀମାନେ ନେଇଆସୁଛନ୍ତି । ନୂଆ ବାଇକରେ ନୂଆ ଫିଚର ଦିଆଯାଉଛି । କିନ୍ତୁ କିଛି ପୁରୁଣା ଫିଚରକୁ ହଟାଇ ଦିଆଯାଉଛି । ପୂର୍ବରୁ ବାଇକରେ କାର୍ବୋରେଟର ବ୍ୟବହାର ହେଉଥିଲା କିନ୍ତୁ ଏବେ ଫ୍ୟୁଲ ଇଞ୍ଜେକ୍ସନ ସିଷ୍ଟମ ଆସିଯାଇଛି । ଏହି ଭଳି ବାଇକରେ ଆନାଲଗ୍ ସ୍ପିଡୋମିଟର ମିଳୁଥିଲା କିନ୍ତୁ ଏବେ ଡିଜିଟାଲ ମିଟର ଦିଆଯାଉଛି । ବ୍ଲୁଟୁଥ୍ କନେକ୍ଟିଭିଟି ଓ ଜିପିଏସ୍ ଭଳି ଫିଚର୍ ମଧ୍ୟ ମିଳୁଛି । କିନ୍ତୁ ଏହି ଅପଗ୍ରେଡ୍ସ ମଧ୍ୟରେ ଏମିତି ଏକ ଫିଚର୍ ଅଛି ଯାହାକୁ କମ୍ପାନୀମାନେ ସମ୍ପୂର୍ଣ୍ଣ ହଟାଇ ସାରିଛନ୍ତି । ପୂର୍ବରୁ ଏହା କେବଳ ଦାମୀ ଗାଡିରେ ନଥିଲା କିନ୍ତୁ ଏବେ କମ୍ ଦାମରେ ବାଇକରେ ମଧ୍ୟ ଏହି ଫିଚର୍ କମ୍ପାନୀମାନେ ହଟାଇବାରେ ଲାଗିଛନ୍ତି । ତେବେ ଏହା କେଉଁ ଫିଚର୍, ଆସନ୍ତୁ ଜାଣିବା ..
ଏଠାରେ ଆମେ କିକ୍ ଷ୍ଟାର୍ଟ କଥା କହୁଛନ୍ତି । ପୂର୍ବରୁ ବାଇକ୍ ଷ୍ଟାର୍ଟ କରିବା ପାଇଁ କିକ୍ ବହୁତ ଜରୁରି ଥିଲା କିନ୍ତୁ ଏବେ ଅନେକ ଗାଡି ନିର୍ମାତା କମ୍ପାନୀ ନିଜ ବାଇକକୁ କିକ୍ ହଟାଇ ଦେଇଛନ୍ତି । ଟିଭିଏସ୍ ରାଇଡର, ବଜାଜ ପଲ୍ସର ୧୫୦ ଟ୍ବିନି ଡିସ୍କ, ୟାମାହା ଆରଓ୍ବାନ୍ ୫, ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ସମେତ ଅନେକ ବାଇକରେ ଏବେ କେବଳ ସେଲ୍ଫ ଷ୍ଟାର୍ଟର ବିକଳ୍ପ ଦିଆଯାଉଛି । ତେବେ ଦାମ୍ କମାଇବା ପାଇଁ ଏମିତି କରାଯାଉଥିବା ଗ୍ରାହକ କହୁଛନ୍ତି କିନ୍ତୁ ଏହାର ପ୍ରକୃତ କାରଣ କିଛି ଅଲଗା ।
ଆଜିକାଲି ଅତ୍ୟାଧୁନିକ ବାଇକରେ ଅନେକ ନୂଆ ଇଲେକ୍ଟ୍ରୋନିକ୍ ସୁବିଧା ଦିଆଯାଉଛି ଖାସ୍ କରି ଫ୍ୟୁଲ ଇଞ୍ଜେକ୍ସନ ସିଷ୍ଟମ ବା ଏଫଆଇ । ପୂର୍ବରୁ ବାଇକର ଇଞ୍ଜିନରେ ପେଟ୍ରୋଲ, ସାଧାରଣ ନୋଜେଲରୁ ଇଞ୍ଜେକ୍ଟ ହେଉଥିଲା ଏବଂ ଏହାକୁ ଷ୍ଟାର୍ଟ କରିବା ପାଇଁ ବିଜୁଳିର ଆବଶ୍ୟକତା ନଥିଲା । କିନ୍ତୁ ଏବେ ଏଫଆଇ ଆସିଯାଇଛି ଯାହା ଫଳରେ ବ୍ୟାଟେରୀ ଦ୍ବାରା ବାଇକ୍ ଷ୍ଟାର୍ଟ ହୋଇପାରୁଛି । ଇଗ୍ନିଶନ୍ ଅନ୍ କରିବା ମାତ୍ର ଫ୍ୟୁଲ ଇଞ୍ଜେକ୍ଟର ଓ ଇଞ୍ଜିନ୍ ଏହାଥରେ ଆକ୍ଟିଭେଟ୍ ହୋଇଯାଉଛନ୍ତି । ଯାହା ଫଳରେ କିକ୍ ଷ୍ଟାର୍ଟର ଆବଶ୍ୟକତା ପଡୁନି । ଏହି କାରଣରୁ କମ୍ପାନୀମାନେ ଏହାକୁ ହଟାଇ ଦେଉଛନ୍ତି । ତେବେ ଯଦି ବ୍ୟାଟେରୀ ସମ୍ପୂର୍ଣ୍ଣ ରୂପେ ଚାର୍ଜ ସରିଯାଇଥାଏ ତେବେ ବାଇକକୁ ଧକ୍କା ଦେଇ ଷ୍ଟାର୍ଟ କରିବାକୁ ପଡିଥାଏ ।
Comments are closed.