www.samajalive.in
Thursday, December 11, 2025
18.1 C
Bhubaneswar

ଅନ୍ତରାଜ୍ୟ ବାଇକ୍ ଲୁଟେରା ଠାବ ; ୧୦ବାଇକ୍ ସହ ୬ଲୁଟେରା ଗିରଫ

ବେଲପଡା : ବଲାଙ୍ଗୀର ଜିଲା ବେଲପଡା ଥାନା ପୁଲିିସ ସୋମବାର ଅନ୍ତରାଜ୍ୟ ବାଇକ୍ ଲୁଟେରା ଠାବ କରି ୧୦ବାଇକ୍ ସହ ୬ଲୁଟେରାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସୋମବାର ବେଲପଡା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ନାଏକ, ବେଲପଡା ଥାନା ଅଧିକାରୀ ସଚ୍ଚିଦାନନ୍ଦ ବରିହା, ସବ୍ଇନ୍ସପେକ୍ଟର କିରନ କୁମାର ଜାନୀ ସମସ୍ତ ବାଇକ୍ ସହ ଲୁଟେରା ମାନଙ୍କୁ ପ୍ରଦର୍ଶନ କରି ଲୁଟେରା ମାନଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। କିଛି ମାସ ପୁର୍ବରୁ ବେଲପଡା ଥାନା ଅଞ୍ଚଳରେ କିଛି ବ୍ୟକ୍ତି ବଲାଙ୍ଗୀର, ବରଗଡ଼, ନୁଆପଡା ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ପୁଲିସକୁ ସୂଚନା ମିଳିଥିଲା। ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ପାଟଣାଗଡ ଲରମ୍ଭା, ବେଲପଡା ପୁଲିସକୁ ନେଇ ଏକ ଟିମ ଗଠନ କରାଯାଇଥିଲା ଓ ବାଇକ୍ ଲୁଟେରା ମାନଙ୍କ ସମ୍ପର୍କରେ ସୂଚନା ପାଇ କିଛି ବାଇକ୍ ଲୁଟେରାଙ୍କୁ ଧରି ପଚରା ଉଚୁରା କରି ପାଟଣାଗଡ, କଣ୍ଟାମ୍ବାଞ୍ଜି, ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଜାଗାରେ ଚଢଉ ଜାରି ରଖି ୧୦ବାଇକ୍ ଉଦ୍ଧାର କରିବା ସହ ୬ଜଣ ଅପରାଧିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅପରାଧି ମାନେ ବେଲପଡା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ବିଜୁ ଓରଫ ଗୈାତମ ସିଂ(୨୦), ବୁଢାଭଟା ଗ୍ରାମର ଟୁନା ଓରଫ ଜୟରାମ ବେହେରା(୨୬), ବୁଢାଭଟାଗ୍ରାମର ମିନିକେତନ ବିଭାର, ବୁଢାଭଟା ଗ୍ରାମର ପୁରୁଟ ଓରଫ ଲଛମନ ଦାସ(୨୬), ଝାଙ୍କିରିପାଲି ଗ୍ରାମର ଯୋଗେଶ୍ୱର ସାହୁ(୨୭) ଓ ଖପ୍ରାଖୋଲ ଥାନା ବଲିଆବାହାଲ ଗ୍ରାମର ରାଜୁ ମାଝୀ(୧୯) । ଗିରଫ ଅପରାଧୀଙ୍କୁ ବେଲପଡା ଥାନା କେଶ ନଂ ୭୧ –ତା ୧୧/୫/୧୯ ଦଫା ୩୭୯ରେ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଟିଟିଲାଗଡ ଜିଆରପିଏସ କେଶ ନଂ ୨୭/୧୯,୨୮/୧୯ ନୁଆପଡା ଥାନା କେଶ ନଂ ୧୫/୧୯,୧୫୮/୧୮ ଓ ବେଲପଡା ଥାନା ୭୧/୧୯ ରେ ମାମଲା ରୁଜୁ ହୋଇଛି। ଅପରାଧିଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇଥିବା ବେଲପଡା ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା ବେଳେ ଦରକାର ବେଳେ ପୁଣି ଅପରାଧିଙ୍କୁ ରିମାଣ୍ଡରେ ଆଣାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories