www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ତଙ୍କ ଆଖିରେ ଲୁହ : ଚାଲିଗଲେ ବିଜୟ ମହାନ୍ତି

ଭୁବନେଶ୍ବର : ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ସୋମବାର ସନ୍ଧ୍ୟାରେ ୭୦ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେଏକ ଯୁଗର ଅବସାନ ଘଟିଛି। ବିଜୟ ମହାନ୍ତିଙ୍କ କଳାକାର ଜୀବନର କିଛି ଜଣା ଅଜଣା କଥା….

-ବିଜୟ ମହାନ୍ତିଙ୍କ ଅଭିନୀତ ‘ନାଗଫାସ’ ଚଳଚ୍ଚିତ୍ର ପ୍ରଥମେ ମୁକ୍ତି ଳାଭ କରିଥିଲା, କିନ୍ତୁ ସେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ

- Advertisement -

-୨୦୧୪ରେ ସମ୍ମାନ ଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ

-ରାଜ୍ୟ ଚଳଚିତ୍ର ଓ ସିନେ କ୍ରିଟିକ ପୁରସ୍କାର ମଧ୍ୟ ଲାଭ କରିଥିଲେ

-୧୭୫ଟି ଚଳଚିତ୍ରରେ ଅଭିନୟ କରିଥିଲେ

-୧୯୭୭ରୁ କ୍ୟାରିୟର ଆରମ୍ଭ କରିଥିଲେ

-ଚଳଚ୍ଚିତ୍ର ‘ଭୁଲି ହୁଏନା’ର ନିର୍ଦେଶନା ଦେଇଥିଲେ

-କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ପୁରସ୍କାର ପାଇଥିଲେ

-ଏକାଧାରରେ ଜଣେ ଅଭିନେତା, ନିର୍ଦେଶକ ଓ ନାଟ୍ୟକାର ଥିଲେ

-ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି

-୨୦୧୪ରେ କଂଗ୍ରେସ ଟିକଟରୁ ଭୁବନେଶ୍ବର ଲୋକସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ

ବିଜୟ ମହାନ୍ତିଙ୍କ ଅଭିନୀତ ପ୍ରମୁଖ ଚଳଚ୍ଚିତ୍ର – ଚିଲିକା ତୀରେ, ବଳିଦାନ, ସଉତୁଣୀ, ସହରୀ ବାଘ, ଆରତୀ, ଟିକେ ହସ ଟିକେ ଲୁହ, ସ୍ବପ୍ନ ସାଗର, କାବେରୀ, ପରଝିଅ ଘର ଭାଙ୍ଗେନା, ହାକିମ ବାବୁ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ଦଣ୍ଡା ବାଳଙ୍ଗା, ଚକା ଭଉଁରୀ,  ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଳୀଳା, ହିସାବ କରିବ କାଳିଆ, ଏଇ ଆମ ସଂସାର, ଆମଘର ଆମ ସଂସାର, କିହେବ ଶୁଆ ପୋଶିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ  ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ  ଆଦି ଅନେକ ଚଳଚିତ୍ରରେ ବିଜୟ ମହାନ୍ତି  ଅଭିନୟ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories