www.samajalive.in
Wednesday, December 10, 2025
14.1 C
Bhubaneswar

୩ଲକ୍ଷ ଲୋକଙ୍କୁ ନୋଟିସ୍‍ ଜାରି କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ୩ଲକ୍ଷ ଲୋକଙ୍କୁ ନୋଟିସ୍‍ ଜାରି କରିଛନ୍ତି । କାରଣ ସେମାନଙ୍କର କାଗଜପତ୍ରରେ ସଠିକ୍‍ ପ୍ରମାଣ ପତ୍ର ନାହିଁ ଏବଂ ସେମାନେ ଭାରତର ନାଗରିକ ବୋଲି ପ୍ରମାଣିତ ହୋଇନାହାଁନ୍ତି । ବିହାର ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ କିଶନଗଞ୍ଜ, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଆରାରିଆ, ସହରସା ଏବଂ ମଧୁବନୀ ଜିଲା ଏବଂ ସୁପୌଲ ଜିଲ୍ଲାର ଭୋଟରମାନଙ୍କୁ ନୋଟିସ୍‍ ଦିଆଯାଇଛି । ଏହି ୩ଲକ୍ଷ ଲୋକ ବାଂଲାଦେଶ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନରୁ ଆସିଥିବା ଜଣାପଡିଛି ।

ସୂଚନା ଅନୁସାରେ ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ହେବାକୁ ଯାଉଛି । ଯେଉଁଥିପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ଅପଡେଟ୍‍ କରୁଛନ୍ତି । ସେହି ସମୟରେ ଭୋଟର ତାଲିକା ଅପଡେଟ୍‍ ଏସଆଇଆର୍‍ ଅଧୀନରେ କରାଯାଉଛି । ଯାହା ୨୪ଜୁନ୍‍ ୨୦୨୫ରେ ନିର୍ବାଚନ କମିଶନ ବିହାରର ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ୭.୨୪କୋଟି ଲୋକଙ୍କ ମଧ୍ୟରୁ ୬୫ଲକ୍ଷ ଲୋକଙ୍କ ନାମ ବାଦ ଦେଇ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories