www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତର ନୁହେଁ, ଗୁଣିଆ କରନ୍ତି ଏହି ଡାକ୍ତରଖାନାରେ ଚିକିତ୍ସା

ପାଟନା: ମୁଜଫରପୁର ବଳାତ୍କାର ଘଟଣା ବିହାର ସରକାରଙ୍କୁ ସମାଲୋଚନାର କାଠଗଡ଼ାରେ ଛିଡ଼ା କରିଦେଇଥିବାବେଳେ ସମ୍ପ୍ରତି ଆଉ ଏକ ଘଟଣା ରାଜ୍ୟର ଆଭ୍ୟନ୍ତରୀଣ ସ୍ଥିତିର ବାସ୍ତବତାକୁ ପଦାରେ ପକାଇଛି। ଘଟଣାଟି ରାଜ୍ୟର ଏକ ସରକାରୀ ଡାକ୍ତରଖାନାରେ ହେଉଥିବା ଚିକିତ୍ସା ସମ୍ବନ୍ଧୀୟ। ଉକ୍ତ ଡାକ୍ତରଖାନାରେ ଡାକ୍ତର ନୁହେଁ, ବରଂ ଗୁଣିଆ କରନ୍ତି ରୋଗୀ ଚିକିତ୍ସା। ରାଜ୍ୟର ବୈଶାଳୀ ଜିଲାର ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସାପ କାମୁଡ଼ାରେ ଆକ୍ରାନ୍ତ ଜଣେ ରୋଗୀଙ୍କୁ ସରକାରୀ ଡାକ୍ତରଖାନାର ଶଯ୍ୟାରେ ଚିକିତ୍ସା କରିଥିଲେ ଜଣେ ଗୁଣିଆ। ଏପରିକି ଦୀର୍ଘ ୧ଘଣ୍ଟା କାଳ ରୋଗୀଙ୍କ ଉପରେ ତନ୍ତ୍ରମନ୍ତ୍ର ପ୍ରୟୋଗ କରିବା ପରେ ରୋଗୀ ସୁସ୍ଥ ହୋଇଯାଇଛି ବୋଲି ଗୁଣିଆ ଦୃଢୋକ୍ତି କରିଥିଲେ।
ଏହି ଡାକ୍ତରଖାନାରେ ସରକାରୀ ଡାକ୍ତର ଅଛନ୍ତି। ହେଲେ ଗୁଣିଆଙ୍କ ପ୍ରଭାବ ଏଭଳି ଯେ, ତାଙ୍କୁ ଦେଖିଲେ ଡାକ୍ତର ଡାକ୍ତରଖାନା ୱାର୍ଡ଼ରୁ ବାହାରକୁ ପଳାଇବା ଉଚିତ ମଣିଥାନ୍ତି। ଅଞ୍ଚଳବାସୀଙ୍କ ସମର୍ଥନ ଉକ୍ତ ଗୁଣିଆ ସପକ୍ଷରେ ଥିବାରୁ କାର୍ଯ୍ୟରତ ଡାକ୍ତରଙ୍କୁ ବାଧ୍ୟ ହୋଇ ଏଭଳି ଘଟଣାରେ ମୌନ ଧାରଣ କରିବାକୁ ପଡ଼ୁଛି। ଡାକ୍ତରଖାନାରେ କୌଣସି ସାପ କାମୁଡ଼ା ରୋଗୀ ଆସିଲେ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଡାକ୍ତରଖାନାରେ ଛାଡ଼ି ଉକ୍ତ ଗୁଣିଆଙ୍କୁ ଡାକି ଆଣନ୍ତି। ଏକବିଂଶ ଶତାବ୍ଦୀରେ ମଧ୍ୟ ବିହାର ପରି ରାଜ୍ୟରେ ହାଜୀପୁର ସରକାରୀ ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଶର ବିକାଶ ପ୍ରତି ଏକ ଉପହାସ ନୁହେଁ ତ’ କ’ଣ?

ଇନାଡ଼ୁ ଇଣ୍ଡିଆ ଦ୍ୱାରା ଜାରି ଭିଡିଓ ଏହାର ଜ୍ୱଳନ୍ତ ଉଦାହରଣ:

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories