www.samajalive.in
Thursday, December 11, 2025
16.1 C
Bhubaneswar

ବିହାର ନିର୍ବାଚନ – ଆଗରେ ନିତୀଶଙ୍କ ଏନଡିଏ ମେଣ୍ଟ

ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ମତଗଣନା ଜାରି ରହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ ଆଡକୁ ମୁହାଉଁଛି। ଆୟୋଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଏନଡିଏ ୧୨୫ଟି ଆସନରେ ଆଗରେ ଥିବା ବେଳେ, ମହାମେଣ୍ଟ ୯୮ଟି ଆସନରେ ଆଗରେ ରହିଛି। ସରକାର ଗଠନ ପାଇଁ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିବାର ସମ୍ଭାବନା ବୃଦ୍ଧି ପାଉଥିବା ବେଳେ ୭୦ଟି ଆସନରେ ପ୍ରାର୍ଥୀମାନଙ୍କ ମଧ୍ୟରେ ମାତ୍ର ୧ ହଜାର ମଧ୍ୟରେ କମ ବେଶୀ ରହିଛି।

ନିର୍ବାଚନ ଆୟୋଗ ୨୪୩ ଆସନର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଆଇଏମଆଇଏମ ୩ଟିରେ, ବହୁଜନ ସମାଜ ପାର୍ଟି ୧ଟିରେ, ଭାରତୀୟ ଜନତା ପାର୍ଟି ୭୨ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୩ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କସିଷ୍ଟ) ୨ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଲିବରେସନ) ୧୪ଟିରେ, ସ୍ୱାଧୀନ ୭ଟିରେ, କଂଗ୍ରେସ ୨୧ଟିରେ, ଜନତା ଦଳ ୟୁନାଇଟେଡ଼ ୪୭ଟିରେ, ଲୋକ ଜନଶକ୍ତି ପାର୍ଟି ୨ଟିରେ, ରାଷ୍ଟ୍ରୀୟ ଜନତା ଦଳ ୬୫ଟିରେ ଏବଂ ବିକାଶଶୀଳ ଇନସାନ ପାର୍ଟି ୬ଟି ଆସନରେ ଆଗରେ ରହିଛନ୍ତି। ଏବେ ସୁଦ୍ଧା ଏନଡିଏ ମେଣ୍ଟ ୧୨୫ ଓ ମହାମେଣ୍ଟ ୧୦୫ଟି ଆସନରେ ଆଗରେ ଅଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories