www.samajalive.in
Monday, December 8, 2025
13.1 C
Bhubaneswar

ବିହାର ନିର୍ବାଚନରେ ପରିବାରବାଦ

ପାଟନା : ଚଳିତ ବିହାର ନିର୍ବାଚନରେ ପରିବାରବାଦର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାୟ ସବୁ ରାଜନୈତିକ ଦଳର ନେତୃବର୍ଗ ନିଜ ପରିବାର ସଦସ୍ୟଙ୍କ ନିମନ୍ତେ ଟିକଟ ବ୍ୟବସ୍ଥା କରିଛନ୍ତି। ଏନ୍‌ଡିଏ ଓ ମହାମେଣ୍ଟ ତରଫରୁ ପରିବାରବାଦକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ନିଜ ପୁଅ, ଝିଅ, ସ୍ତ୍ରୀ, ବୋହୂ, ଜ୍ବାଇଁଙ୍କ ସହ ଅନ୍ୟାନ୍ୟ ସମ୍ପର୍କୀୟଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ପ୍ରଦାନ କରିଛନ୍ତି।

ଏନ୍‌ଡିଏ ମେଣ୍ଟରେ ଥିବା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (ସେକୁଲାର)ର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାନ୍‌ଝୀଙ୍କ ବୋହୂ ଦୀପା କୁମାରୀ ଇମାମ୍‌ଗଞ୍ଜ ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଦୀପାଙ୍କ ମା’ ଜ୍ୟୋତି ଦେବୀ ବାରାଚାଟ୍ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମାନ୍‌ଝିଙ୍କ ଜ୍ବାଇଁ ପ୍ରଫୁ୍ଲ୍ଲ ସିକନ୍ଦରା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ପୂର୍ବତନ ସାଂସଦ ତଥା ଭୂମିହାର ନେତା ଅରୁଣ କୁମାରଙ୍କ ପୁଅ ଋତୁରାଜ କୁମାର ଜେଡି(ୟୁ) ତରଫରୁ ଘାସି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଭାଇ ଅନିଲ କୁମାର ଓ ପୁତୁରା ରୋମିତ କୁମାର ଟିକରି ଓ ଅଟରି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ତରଫରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପୁଅ ନୀତୀଶ ମିଶ୍ରଙ୍କୁ ଝାଞ୍ଜରପୁର ଆସନରୁ ପ୍ରାର୍ଥୀ କରାଯାଇଛି। ନୀତୀଶ ମିଶ୍ର ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ଅଛନ୍ତି।

- Advertisement -

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ଝିଅ ଶ୍ରେୟାସୀ ସିଂହ ଜାମୁଇ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଧାୟିକା ଥିବା ସ୍ବର୍ଣ୍ଣ ସିଂହଙ୍କ ସ୍ବାମୀ ସୁଜିତ କୁମାର ସିଂହଙ୍କୁ ବିଜେପି ତରଫରୁ ଗୌରା-ବୈରାମ୍‌ ଆସନରୁ ଟିକଟ ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ପୁଅ ସଞ୍ଜୀବ ଚୌରସିଆଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିଛି। ସେହିପରି ବିଜେପି ତରଫରୁ ଏକାଧିକ ପୂର୍ବତନ ବିଧାୟକ ଓ ସାଂସଦଙ୍କ ସମ୍ପର୍କୀୟଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଟିକଟ ପ୍ରଦାନ କରାଯାଇଛି। ଜେଡି(ୟୁ) ତରଫରୁ ବିଧାୟିକା ନୀଲମ ଦେବୀଙ୍କ ସ୍ବାମୀ ଅନନ୍ତ ସିଂହଙ୍କୁ ମୋକାମା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦଙ୍କୁ ଦଳ ତରଫରୁ ନବୀନନଗର ଓ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ପୁଅ ଅଭିଷେକ କୁମାରଙ୍କୁ ଚେରିୟା-ବରିୟାରପୁର ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ସାଂସଦ ବୀଣା ଦେବୀଙ୍କ ଝିଅ କୋମଲ ସିଂହଙ୍କୁ ଜେଡି(ୟୁ) ତରଫରୁ ପ୍ରାର୍ଥୀ କରାଯାଇଛି। ଏହବାଦ୍‌ ଜେଡି(ୟୁ) ତରଫରୁ ଅନେକ ନେତାଙ୍କ ସମ୍ପର୍କୀୟଙ୍କୁ ଟିକଟ ମିଳିଛି।

ଆରଜେଡିକୁ ଦୃଷ୍ଟି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ବୀ ଯାଦବ ଓ ପତ୍ନୀ ରାବଡି ଦେବୀ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ସେହିପରି ସ୍ବର୍ଗତ ରାଜନେତା ମହମ୍ମଦ ସାହାବୁଦ୍ଦିନଙ୍କ ପୁଅ ଓସାମା ସାହାବଙ୍କୁ ଦଳ ତରଫରୁ ରଘୁନାଥପୁର ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ବିଧାୟକ ତଥା ବାହୁବଳୀ ନେତା ମୁନ୍ନା ଶୁକ୍ଲାଙ୍କ ଝିଅ ଶିବାନୀ ଶୁକ୍ଲାଙ୍କୁ ଦଳ ତରଫରୁ ଲାଲଗଞ୍ଜ ଆସନରୁ ଟିକଟ ମିଳିଛି। ଆରଜେଡି ନେତା ତଥା ପୂର୍ବତନ ସାଂସଦ ଶିବାନନ୍ଦ ତିୱାରୀଙ୍କ ପୁଅ ରାହୁଲ ତିୱାରୀଙ୍କୁ ଆରଜେଡି ତରଫରୁ ଶାହାପୁର ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାଏଙ୍କ ନାତୁଣୀ କରିସ୍ମା ରାଏଙ୍କୁ ଦଳ ତରଫରୁ ପାର୍‌ସା ଆସନରୁ ପ୍ରାର୍ଥୀ କରାଯାଇଛି। ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରାଜ ପାର୍ଟି ତରଫରୁ ପୂର୍ବତନ ସାଂସଦ ଆର୍‌.ସି.ପି ସିଂହଙ୍କ ଝିଅ ଲତା ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories