www.samajalive.in
Tuesday, December 9, 2025
17.1 C
Bhubaneswar

ମହାମେଣ୍ଟ ଏକଜୁଟ୍ ହୋଇ ନିର୍ବାଚନ ଲଢ଼ୁଛି

ପାଟନା: ବିହାରରେ ବିରୋଧୀ ମହାମେଣ୍ଟ ବା ଇଣ୍ଡି ମେଣ୍ଟ ଏକଜୁଟ୍‌ ରହିଛି। ମେଣ୍ଟର ସହଯୋଗୀ ଦଳଗୁଡିକ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋତ ବୁଧବାର କହିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ପାଟନାସ୍ଥିତ ବାସଭବନରେ ଅଶୋକ ଗେହଲୋତ ଭେଟିବା ପରେ ସାମ୍ବାଦିକଙ୍କୁ ଏପରି କହିଛନ୍ତି। ସେ କହିଛନ୍ତି ଯେ ଗୁରୁବାର ମହାମେଣ୍ଟର ଅଂଶୀଦାର ଦଳଗୁଡିକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନିଜର ନେତା ଘୋଷଣା କରିବେ।

ମହାମେଣ୍ଟରେ ଆସନ ବୁଝାମଣା ହୋଇପାରି ନଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଗେହଲୋତ କହିଛନ୍ତି ଯେ ୧୨ଟି ଆସନରେ ମେଣ୍ଟ ପକ୍ଷରୁ ଏକାଧିକ ପ୍ରାର୍ଥୀ ଦିଆଯାଇଛି। ଅଂଶୀଦାର ଦଳଗୁଡିକ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ଏହିସବୁ ଆସନରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେବ। କେହି କାହା ବିରୋଧରେ ପ୍ରଚାର କରିବେ ନାହିଁ। ଏକ ବଡ ମେଣ୍ଟରେ ପରସ୍ପର ମଧ୍ୟରେ ଏପରି ଲଢେଇ ହେବା କିଛି ଅସ୍ବାଭାବିକ କଥା ନୁହେଁ। ମହାମେଣ୍ଟରେ ଆସନ ବୁଝାମଣା ଅଡୁଆ ପରେ ଅଶୋକ ଗେହଲୋତ ବିହାର ଗସ୍ତ କରିଥିଲେ। ଗେହଲୋତଙ୍କ ସହିତ ବିହାର କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲ୍ଲାଭାରୁ ଲାଲୁଙ୍କୁ ଭେଟିଥିଲେ। ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବାବେଳେ ଆରଜେଡି ୧୪୩ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି କଂଗ୍ରେସ ୬୧ଟି, ବାମଦଳ ୩୩ଟି ଓ ଭିଆଇପି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories