www.samajalive.in
Sunday, December 7, 2025
18.1 C
Bhubaneswar

ସୋର ଜେଲରୁ କଏଦୀ ଫେରାର ଘଟଣା: ଦୁଇ ୱାର୍ଡେନ୍ ନିଲମ୍ବିତ

ସୋର: ବାଲେଶ୍ବର ଜିଲା ସୋର ସବ ଜେଲରୁ ଗତକାଲି କଏଦୀ ଫେରାର ଘଟଣାରେ ୨ ୱାଡେନଙ୍କୁ ଡିଜି ନିଲମ୍ବନ କରିଛନ୍ତି। ଆଜି ଜେଲ ବିଭାଗର ଏଡିଜି ଅମିତାଭ ଠାକୁର ଓ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ସୋର ଜେଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏଡିଜି ଶ୍ରୀ ଠାକୁର ତଦନ୍ତ କରି ରିପୋର୍ଟ ଡିଜିଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି। ଫେରାର କଏଦୀ ଦୀପକ ରାୟକୁ ଯଥା ଶୀଘ୍ର ଗିରଫ ପାଇଁ ଉଦ୍ୟମ କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଲରେ ଅଭାବ କର୍ମଚାରୀଙ୍କ ସଂଖ୍ୟା ଡିଜିଙ୍କ ସହିତ ଆଲୋଚନା କରି ବୃଦ୍ଧି କରାଯିବ ବୋଲି କହିଥିଲେ। ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଜେଲ ପରିଦର୍ଶନ କରି ଫେରାର କଏଦୀକୁ ଯେକୌଣସି ଉପାୟରେ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ। ରାଜପଥ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ପୁଲିସ ଫେରାର କଏଦୀ ଉପରେ ପୁଲିସ ନଜର ରଖିଛି। ଫେରାର କଏଦୀ ଦୀପକ ରାୟ ଘର ଝାଡ଼ଖଣ୍ଡ ବୋକାରୋ ପୁଲିସ ସହିତ ଜିଲା ପୁଲିସ ଯୋଗାଯୋଗରେ ରହିଛି।

ଘଟଣା ଦିନ ରାତିରେ ବାରିପଦା ସିନିୟର ଜେଲ ସୁପରିଣ୍ଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ରାତି ୧୧ଟାରୁ ରାତି ୩ଟା ପର୍ଯ୍ୟନ୍ତ ସବ ଜେଲରେ ତଦନ୍ତ କରିଥିଲେ। ଆଜି ଜେଲ ଡିଜି ସୁଶାନ୍ତ ନାଥ ସବ ଜେଲରେ କାର୍ଯ୍ୟରତ ଥିବା ଦୁଇ ୱାଡେନଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। କଏଦୀ ଦୀପକ କମ୍ବଳ ସାହାଯ୍ୟରେ ୧୮ ଫୁଟ ଉଚ୍ଚ ପାଚେରି ଡେଇଁ ଫେରାର ହୋଇଯାଇଥିଲା। ସିସି କ୍ୟାମେରାରେ ଉତ୍ତୋଳିତ ଦୀପକ ଫେରାର ହେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଏବେ ପ୍ରଘଟ ହେବାରେ ଲାଗିଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ଏହି ସବ ଜେଲରୁ ଦୁଇ କଏଦୀ ଫେରାର ହୋଇ ପରେ ଧରା ପଡ଼ିଥିଲେ। ବର୍ତ୍ତମାନ ସବ ଜେଲରେ ୨୧୪ କଏଦୀ ରହିଥିବାବେଳେ କର୍ମଚାରୀ ସଂଖ୍ୟା ୧୩ ଥିବାରୁ ଅନ୍ତେବାସୀଙ୍କୁ ପରିଚାଳନା କରିବାରେ ସମସ୍ୟା ରହିଥିବା ଜେଲ ସୁପରିଟେଣ୍ଡେଣ୍ଟ ବୈଲୋଚନ ଦାସ ପ୍ରକାଶ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories