www.samajalive.in
Friday, December 12, 2025
27.1 C
Bhubaneswar

ବଡ ଭାଇ ତୀର ମାଡ଼ରେ ସାନ ଭାଇ ଗୁରୁତର ; କଟକ ସ୍ଥାନାନ୍ତର    

ଘସିପୁରା : ପାରିବାରିକ କଳହରୁ ବଡ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର ହୋଇଛି । ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଆନନ୍ଦପୁର ଥାନା ଅନ୍ତର୍ଗତ ଦୁଡୁ ଗାଁର ମୁନା ବେହେରା (୩୦) ଶନିବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଫେରିଥିଲା । ନିଶାଗ୍ରସ୍ତ ଅବସ୍ଥାରେ ମୁନା ଘରେ ଥିବା ଛୋଟ ପିଲାମାନଙ୍କୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ବଡ ଭାଇ ରାଜଶ୍ରୀ ବେହେରା ତାଙ୍କୁ ଅଟକାଇ ଥିଲେ । ଏଥିରେ ମୁନା ଅଧିକ ଉତକ୍ଷିପ୍ତ ହୋଇ ରାଜଶ୍ରୀକୁ ଆକ୍ରମଣ କରିଥିଲା । ପରେ ରାଜଶ୍ରୀ ପ୍ରତିହଂସା ପରାୟଣ ହୋଇ ସାନ ଭାଇ ମୁନାକୁ ପଛପଟୁ ଧନୁତୀର ମାଡ଼ କରିଥିଲା । ଫଳରେ ତୀରଟି ମୁନାର ପିଠିରେ ଗଳି ଯାଇଥିଲା । ପରିବାର ଲୋକ ମୁନାକୁ  ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଆନନ୍ଦପୁର ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories