ଭୁବନେଶ୍ବର : ଦୀର୍ଘ ୨୦ ବର୍ଷ ପରେ ବିଭୂତି ଦୁଇଟି ଭଜନ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ରବିବାର ବିଭୂତିଙ୍କ ଭଜନ ‘ସ୍ୱର୍ଗଦ୍ୱାରେ ଜାଗା ଦେବୁ କଳା ଠାକୁର’ ଭଜନ ମୁକ୍ତିଲାଭ କରିଛି। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଯୁବ ନିର୍ଦ୍ଦେଶକ ବାବୁ ବାବୁ ଥିବାବେଳେ ପ୍ରଯୋଜକ ଅଛନ୍ତି ରାଘବ ସ୍ୱାଇଁ। ସୌରଭ ଭରଦ୍ୱାଜ ଗୀତଟିକୁ ଗାଇଛନ୍ତି । ଅନ୍ୟ ଏକ ଭଜନ ‘ଏତେ କାହିଁ କନ୍ଦଉଛୁ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଗୀତଟି ଶୁଭମ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି। ଜୟଦେବ ମିଶ୍ର ଏ ଗୀତଟିକୁ ଗାଇଛନ୍ତି। ନିର୍ଦ୍ଦେଶକ ଅଛନ୍ତି ବାବୁ ବାବୁ। ଖୁବ୍ ଶୀଘ୍ର ଭଜନ ମୁକ୍ତିଲାଭ କରିବ ।
Popular Categories



